
ବଲାଙ୍ଗିର, 15 ନଭେମ୍ବର (ହି.ସ.) ଭାରତ ବିକାଶ ପରିଷଦ,ବଲାଙ୍ଗୀର ଶାଖା ମହିଳା ସହଭାଗିତା ଆନୁକୂଲ୍ୟରେ ସମ୍ବଲପୁର ରାସ୍ତା,ଖମାରମୁଣ୍ଡା ନିକଟସୁ ଶ୍ରୀ ବାଲାଜୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଠାରେ ସେଠାକାର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଚନ୍ଦନଭାଟି ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଗାର୍ଗୀ ମିଶ୍ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ବିବିଧ କୌଶଳ ସମ୍ବନ୍ଧେ ତାଲିମ ପ୍ରଦାନ କରିଥିଲେ। ଏଇ ତାଲିମ ଶିବିରରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ପରିଷଦର ସଭାପତି ବଂଶୀଧର ସା'ଙ୍କ ସମେତ ମହିଳା ସହଭାଗିତା ସଦସ୍ୟା ହିମାନୀ ତ୍ରିପାଠୀ,ସୁଜାତା ବହିଦାର,ଅନିତା ମିଶ୍ର,ନିହାରିକା ମିଶ୍ରଙ୍କ ସମୂହ ସଂଯୋଜନାରେ ଅନୁଷ୍ଠିତ ଏଇ ଶିବିରରେ ମାନସ ରଞ୍ଜନ ବହିଦାର,ଦୀନଦୟାଲ ଅଗ୍ରଓ୍ବାଲ,ଶୈଳେ ଜୈନ୍,ନାରାୟଣ ଅଗ୍ରୱାଲ,ଶୈଳେଶ ଅଗ୍ରଓ୍ବାଲ,ରାଜେଶ ଅଗ୍ରୱାଲ,ଦୟାନିଧୂ କରନ୍ ଉପସ୍ଥିତ ରହି ସହଯୋଗ କରିଥିଲେ।
ଶ୍ରୀ ବାଲାଜୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ର ପରିଚାଳନା ନିର୍ଦ୍ଦେଶକ କୈଲାଶ ଅଗ୍ରୱାଲ,ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲଙ୍କ ସକ୍ରୀୟ ସହଯୋଗ ତଥା ଅନୁଷ୍ଠାନର ଅଧ୍ୟାପିକା ମାନଙ୍କର ସହାୟତାରେ କାର୍ଯ୍ୟଲମଟି ସଫଳତାର ସହ ସମ୍ପର ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ