ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ‘କୋଟିଏ ହସ ପାଳନ ଉତ୍ସବ’ ପାଳିତ
ଗଂଜାମ, 15 ନଭେମ୍ବର (ହି.ସ.)ଶିଶୁମାନଙ୍କ ସୃଜନଶୀଳତା, ଅନ୍ତର୍ନିହିତ ପ୍ରତିଭା, ସ୍ୱାସ୍ଥ୍ୟ, ପୁଷ୍ଟି ଓ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶିଶୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ପ୍ରକଳ୍ପ ଅନ୍ତର୍ଗତ ଶେରଗଡ଼ ଅଙ୍ଗନବାଡ଼ି କେନ୍ଦ୍ର–୧ ଏବଂ ବ୍ରହ୍ମଣଛାଇ ଅଙ୍ଗନବାଡ଼ି କେନ୍ଦ୍
Qeryyuioo


ଗଂଜାମ, 15 ନଭେମ୍ବର (ହି.ସ.)ଶିଶୁମାନଙ୍କ ସୃଜନଶୀଳତା, ଅନ୍ତର୍ନିହିତ ପ୍ରତିଭା, ସ୍ୱାସ୍ଥ୍ୟ, ପୁଷ୍ଟି ଓ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶିଶୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ପ୍ରକଳ୍ପ ଅନ୍ତର୍ଗତ ଶେରଗଡ଼ ଅଙ୍ଗନବାଡ଼ି କେନ୍ଦ୍ର–୧ ଏବଂ ବ୍ରହ୍ମଣଛାଇ ଅଙ୍ଗନବାଡ଼ି କେନ୍ଦ୍ର–୩ ଓ ୬ ଠାରେ ‘କୋଟିଏ ହସ ପାଳନ ଉତ୍ସବ’ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଏସ ଡବଲ୍ୟୁଓ ରଥଶ୍ରୀମତୀ ସଙ୍ଗୀତା ପାତ୍ର ଏବଂ ଜିଲ୍ଲା ମହିଳା ସଶକ୍ତିକରଣ ହବ୍ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣାଙ୍କ ଅଧ୍ୟକ୍ଷତାରେସିଡିପିଓ ଶ୍ରୀମତୀ ମମତାଞ୍ଜଳି ପଣ୍ଡାଙ୍କ ସମନ୍ୱୟରେ ଆୟୋଜିତ ହୋଇଥିଲା। ଏଥିରେ ବିସିପୋଷଣ , ସୁଭଦ୍ରା ଏବଂ ଲେଡି ସୁପରଭାଇଜରମାନେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ପ୍ରସୂତି ମାତା, ଶିଶୁ ଏବଂ ଅଭିଭାବକମାନେ ଯୋଗଦେଇଥିଲେ। ଶିଶୁମାନଙ୍କ ନୃତ୍ୟ, ଗଳ୍ପ କଥନ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକଳାପ, ସ୍ପଟ୍ ଫିଡିଂ ଓ ଅନ୍ନପ୍ରାଶନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ହୋଇଥିଲା। ଏହା ସହିତ ଶିଶୁ ଯତ୍ନ କିଟ୍ ବଣ୍ଟନ କରାଯିବା ସହ ସନ୍ତୁଳିତ ଖାଦ୍ୟ, ସ୍ତନ୍ୟପାନ, ନବଜାତ ଶିଶୁର ଯତ୍ନ ଏବଂ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ପାଇଁ କଙ୍ଗାରୁ ମଦର କେୟାର ସମ୍ବନ୍ଧରେ ସଚେତନ କରାଯାଇଥିଲା।

ଶ୍ରୀମତୀ ସଙ୍ଗୀତା ପାତ୍ର ଶିଶୁମାନଙ୍କୁ ଗଳ୍ପ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଏମଏଏମ ଓଏସୟୁଡଵଲ୍ଯୁ ଶିଶୁମାନଙ୍କ ଅଭିଭାବକଙ୍କୁ ବିଶେଷ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣା ନବଜାତ ଶିଶୁର ସୁରକ୍ଷା, ସ୍ତନ୍ୟପାନ, କଙ୍ଗାରୁ ମଦର କେୟାର ଏବଂଇସିସିଇ ସମ୍ବନ୍ଧରେ ମାଆମାନଙ୍କୁ ସଚେତନ କରିଥିଲେ।

ଏହା ସହିତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅସୁରକ୍ଷିତ ତଥା ଜଳବନ୍ଦୀ ଗ୍ରାମଗୁଡ଼ିକୁ ମଧ୍ୟ ପରିଦର୍ଶନ କରାଯାଇ ପ୍ରଭାବିତ ପରିବାର, ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି ଓ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।

ପ୍ରତ୍ୟେକ ଶିଶୁର ମୁହଁରେ ହସ ଫୁଟାଇବା, ସେମାନଙ୍କୁ ସ୍ନେହ, ସୁରକ୍ଷା, ଉପଯୁକ୍ତ ପୁଷ୍ଟି ଓ ଗୁଣାତ୍ମକ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରି ଏକ ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande