ଅର୍ଣ୍ଣବ ବାତ୍ୟାରେ ନିଖୋଜ ଥିବା ଶିକ୍ଷକ ମୋହନ କୁମାର ମହାରଣା ୧୫ ଦିନ ପରେ ଉଦ୍ଧାର:କହିଲେ, ଭଗବାନଙ୍କ ଆଶୀର୍ବାଦ ରୁ ବଞ୍ଚିଲି
Teachr Rescued After 15 Day From Cyclone Effected Area
ଫୋଟ ୨


ଫୋଟ


ଅର୍ଣ୍ଣବ ବାତ୍ୟାରେ ନିଖୋଜ ଥିବା ଶିକ୍ଷକ ମୋହନ କୁମାର ମହାରଣା ୧୫ ଦିନ ପରେ ଉଦ୍ଧାର:କହିଲେ, ଭଗବାନଙ୍କ ଆଶୀର୍ବାଦ ରୁ ବଞ୍ଚିଲି

କନ୍ଧମାଳର, ୧୫ ନଭେମ୍ବର (ହି.ସ.)୧୫ ଦିନ ପରେ ନିଖୋଜ ଶିକ୍ଷକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ ଙ୍କ ସହାୟତାରେ ରାଇକିଆ ପୋଲିସ , ଉଦ୍ଧାର ହେଲେ ରତଙ୍ଗୀ ଜଙ୍ଗଲରୁ ୮ କିଲୋମିଟର ପାଦଚଲା ଅଭିଯାନ ପରେ ମିଳିଥିଲେ ଶିକ୍ଷକ ମୋହନ ମହାରଣା ଦୀର୍ଘ ୧୫ ଦିନ ଧରି ନିଖୋଜ ଥିବା ଜଣେ ଶିକ୍ଷକଙ୍କୁ ଶେଷରେ ସୁରକ୍ଷିତ ଭାବେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିବାରେ ସଫଳ ହୋଇଛି ରାଇକିଆ ପୋଲିସ । ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଏକ ପୋଲିସ ଟିମ୍ ଗଠନ କରି ଉଦ୍ଧାର ଉଦ୍ୟମ ଯୋଗୁଁ ନିଖୋଜ ଶିକ୍ଷକ ମୋହନ କୁମାର ମହାରଣା (୪୭)ଙ୍କୁ ରତଙ୍ଗୀ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ରାଇକିଆ ଥାନା ଅନ୍ତର୍ଗତ ବlସନ୍ତପଲ୍ଲୀ ଗ୍ରାମର ସ୍ୱର୍ଗତ ଈଶ୍ୱର ମହାରଣାଙ୍କ ପୁତ୍ର ମୋହନ କୁମାର ମହାରଣା ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ଅକ୍ଟୋବର ୨୭ ଦିନ ବିଦ୍ୟାଳୟ କୁ ଯାଇଥିଲେ ଅର୍ଣ୍ଣବ ବାତ୍ୟା ପରେ ୩୦ ତାରିଖଠାରୁ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର କୌଣସି ସନ୍ଧାନ ମଧ୍ୟ ମିଳିନଥିଲା ଶିକ୍ଷକ ମୋହନ ଯେଉଁ ଭଡ଼ା ଘରେ ରହୁଥିଲେ ଘର ମାଲିକ ଶିକ୍ଷକଙ୍କୁ ବହୁଦିନ ନିଜ ଘରେ ନ ପାଇ ମୋହନ ଙ୍କ ପରିବାରକୁ ଜଣାଇଥିଲେ । ପରିବାରବର୍ଗ ଚିନ୍ତିତ ହୋଇ ରାଇକିଆ ଥାନାରେ ଏକ ମିସିଂ କେସ୍ କରିଥିଲେ । ରାଇକିଆ ଥାନା ପକ୍ଷରୁ ଏକ ମାମଲା ୧୬/୨୬ ରୁଜୁ ହୋଇଥିଲା । ଗତ ଶନିବାର ମୋହନ ମହାରଣା ରତଙ୍ଗୀ ଅଞ୍ଚଳରେ ଥିବା ଖବର ପାଇବା ପରେ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ଏ ଏସ ଆଇ ସୀତାପ୍ରସାଦ ବିଶୋଇ ଏବଂ ପୋଲିସ ଟିମ୍ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଦୁର୍ଗମ ରତଙ୍ଗୀ ଜଙ୍ଗଲ ମଧ୍ୟରେ ପ୍ରାୟ ୮ କିଲୋମିଟର ରାସ୍ତା ପାଦରେ ଚାଲି ପୋଲିସ କର୍ମଚାରୀମାନେ ତାଙ୍କ ନିକଟରେ ପହଞ୍ଚିଥିଲେ । ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାକୁ ଆଣିଥିଲେ ।ପରେ ଉଦ୍ଧାର ହୋଇଥିବା ଶିକ୍ଷକ ମୋହନ କୁମାର ମହାରଣାଙ୍କୁ ତାଙ୍କ ପତ୍ନୀ ଓ ଭାଇଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଦୀର୍ଘଦିନ ଧରି ନିଖୋଜ ଥିବା ଶିକ୍ଷକଙ୍କୁ ସୁରକ୍ଷିତ ଫେରି ପାଇ ପରିବାରବର୍ଗ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ହଜିଯାଇଥିବା ଶିକ୍ଷକ ମୋହନ ମହାରଣା କହିଛନ୍ତି ବାତ୍ୟା ଅର୍ଣବ ରାତିରେ ଛାଡ଼ିବା ପରେ ମୁଁ ବିଦ୍ୟାଳୟ ର ସ୍ଥିତି ପରଖିବାକୁ ବିଦ୍ୟାଳୟ କୁ ଆସିଥିଲି କିନ୍ତୁ ଅନ୍ଧାର ଏବଂ ନେଟୱର୍କ ସମସ୍ୟା କାରଣରୁ ରାସ୍ତା ନ ପାଇ କୁଆଡେ ଚାଲିଗଲି ମୁଁ ମଧ୍ୟ ଜାଣିପାରିଲି ନାହିଁ ଏବଂ ଏକ ଶୁଖିଲା ନାଳରେ ପଡ଼ିଯାଇଥିଲି ଝରଣା ପାଣି ପିଇ ୧୫ ଦିନ ଜଙ୍ଗଲରେ କାଟିବା ପରେ କିଛି ଗାଈ ଚରାଲି ଦେଖି ଆଉ କିଛି ଲୋକଙ୍କୁ ଡାକି ମୋତେ ଉଦ୍ଧାର କରିଛନ୍ତି ମୁଁ ଭଗବାନଙ୍କ ଆଶୀର୍ବାଦ ରୁ ବଞ୍ଚିଲି ବୋଲି କହିଛନ୍ତି । ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ ନିଜ ସ୍ୱାମୀକୁ ପାଇ ଏବେ ଖୁସିରେ ଥିବା ମଧ୍ୟ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande