
ବଲାଙ୍ଗିର, 15 ନଭେମ୍ବର (ହି.ସ.) ସମାଜସେବା ଏବଂ ମାନବିକତାର ଏକ ଜଳନ୍ତ ଉଦାହରଣ ସୃଷ୍ଟି କରି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ଆଜି ସ୍ୱେଚ୍ଛାକୃତ ଭାବେ ଯୋଗେଶ୍ୱର ଗଡତ୍ୟା ଓ ସ୍ୱରାଜ ଗଡତ୍ୟା ରକ୍ତଦାନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ଯୋଗେଶ୍ୱର ଏବଂ ସ୍ୱରାଜ ସ୍ୱେଚ୍ଛାକୃତ ଭାବେ ଦୁଇ ୟୁନିଟ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଦିର୍ଘ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ରକ୍ତଦାନ କାର୍ଯ୍ୟ ଜାରି ରଖିଛି । ସମାଜର ଏହି ମହତ୍ କାର୍ଯ୍ୟ ପାଇଁ ଗତ ଦିନମାନଙ୍କରେ ଓଡିଶା ବ୍ଲଡ ସେଣ୍ଟର ପକ୍ଷରୁ ମାନପତ୍ର ପ୍ରରଦାନ କରାଯାଇ ସମ୍ମାନିତ ମଧ୍ୟ କରାଯାଇସାରିଛି । ଆଜିର ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଯୁବ କୁଲୁତା ସମାଜର ସଭାପତି ଅସିମ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ସମାପ୍ତ ହେବା ପରେ ବ୍ଲଡ ବ୍ୟାଙ୍କ ଇନ୍ଚାର୍ଜ ରଂଜନ ବରାଟ ରକ୍ତଦାତାମାନଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ କୁଲତା ସମାଜ ସଭାପତି ଅସିମ କୁମାର ଭୋଇ ପ୍ରତ୍ୟେ ପ୍ରତ୍ୟେକ ରକ୍ତଦାତାଙ୍କୁ ଚାରା ଗଛ ଅର୍ପଣ କରି ପରିବେଶ ସଚେତନତାର ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ