
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆସନ୍ତା ୧୭
ତାରିଖ ପୂର୍ବାହ୍ନରେ ବସିବ ସର୍ବଦଳୀୟ ବୈଠକ । ଏନେଇ ବାଚସ୍ପତି ସୁରମା ପାଢୀ ସୂଚନା ଦେଇଛନ୍ତି ।
୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଗୃହର ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳାର
ସହ ଅଧିବେଶନ ପରିଚାଳନା ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ
ବୈଠକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା