
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଧର୍ମେନ୍ଦ୍ରଙ୍କୁ
ନିଜ ଦ୍ୱାରା ଲିଖିତ ସମ୍ବଲପୁତ୍ର ଗୁରୁ ପଦ୍ମସମ୍ଭବ ପୁସ୍ତକ ପ୍ରଦାନ କରିଛନ୍ତି ଭବାନୀ
ଶଙ୍କର ଭୋଇ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଏକ ଫଟୋ ସେୟାର କରିବା ସହ କହିଛନ୍ତି ଯେ, ସମ୍ବଲପୁରର ଲେଖକ ତଥା ସାମ୍ବାଦିକ ଭବାନୀ ଶଙ୍କର ଭୋଇ
ନିଜ ଦ୍ୱାରା ଲିଖିତ ସମ୍ବଲପୁତ୍ର ଗୁରୁ ପଦ୍ମସମ୍ଭବ ପୁସ୍ତକଟି ପ୍ରଦାନ
କରିଥିବାରୁ ଧନ୍ୟବାଦ । ସମ୍ବଲପୁରର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଗୁରୁ ପଦ୍ମସମ୍ଭବଙ୍କ ସମ୍ବନ୍ଧୀୟ ଅନେକ
ତଥ୍ୟ ଏଥିରେ ସ୍ଥାନପାଇଛି, ଯାହା ଆମ
ଇତିହାସକୁ ଜାଣିବାରେ ସହାୟକ ହେବ । ଏହି ପୁସ୍ତକ ଆମର ପୁରାତନ ଲୋକ ସଂସ୍କୃତି ଓ ପରମ୍ପରାକୁ
ଆଗକୁ ବଢ଼ାଇବା ଦିଗରେ ଏକ ସୁନ୍ଦର ପ୍ରୟାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା