
ଝାରସୁଗୁଡା , 15 ନଭେମ୍ବର (ହି.ସ.) କୋଲାବିରା ବ୍ଲକ ଆୟୋଜନ ସମିତି ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ ଗୌରବ ଦିବସ ଜନ୍ମ ଜୟନ୍ତୀ ରବିବାର ତରେଇକେଲା ମଣ୍ଡପ ଠାରେ ପାଳନ ହୋଇଯାଇଛି । ଏଥିରେ କୋଲାବିରା ବ୍ଲକ୍ ସ୍ତରୀୟ ସମସ୍ତ୍ ଗୋଣ୍ଡ ସମାଜ ମିଳିତ ଭାବରେ ଯୋଗଦାନ କରି ଭଗବାନ୍ ବିର୍ସା ମୁଣ୍ଡାଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ପରିଶେଷରେ ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଆଦିବାସୀ ସମାଜର ବିଭିନ୍ନ ଦାବୀ ନେଇ ଏକ ସ୍ମାରକ ପତ୍ର କୋଲାବିରା ବିଡ଼ିଓ ଙ୍କ ଜରିଆ ରେ ସୋମବାର ପ୍ରଦାନ କରାଯିବା ପାଇଁ ବୈଠକ ରେ ସ୍ଥିରିକୃତ ହୋଇଥିଲା l ଅନୁଷ୍ଠିତ ଉତ୍ସବରେ ନବୀନ ନାଏକ, ପ୍ରେମସାଗର ଧୁରୁଆ, ବୀର ଅମରେନ୍ଦ୍ର ପ୍ରତାପ ସିଂହ, ତପି ମରେଇ, କ୍ଷିତି ଚନ୍ଦ୍ର ନାଏକ, ରୁଦ୍ର ପ୍ରତାପ ସିଂହ, କ୍ଷମାଶିଲ ନାଏକ,ଚିନ୍ତାମଣି କାଲୋ, ରାଜେଶ ନେଟି, ପରମେଶ୍ଵର ଭୋଇ, ଚନ୍ଦ୍ର କାନ୍ତ ମାଝୀ, ଉଜାଗର ମାଝୀ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ