
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା
ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି
ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ,
ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଭକ୍ତିପୂତ
ପ୍ରଣାମ। ଅଦମ୍ୟ ସାହସ, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ
ଜୀବନ ଓ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ସଦା ଆମକୁ ପ୍ରେରଣା ଯୋଗାଇବ।
ସେ କହିଛନ୍ତି ଯେ, ଜନଜାତି
ସମାଜର ବିକାଶ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ଆମ ସରକାର ପ୍ରତିବଦ୍ଧ। ଭଗବାନ ବିର୍ସା
ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ,
ଜନଜାତି ସମାଜର ଅଧିକାର ସୁରକ୍ଷା, ସମୃଦ୍ଧ ସଂସ୍କୃତି ଓ
ପରମ୍ପରାର ସଂରକ୍ଷଣ ସହ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଓ ସମୃଦ୍ଧ ଭବିଷ୍ୟତ ଗଠନ ଦିଗରେ ଆମେ
ନିରନ୍ତର କାର୍ଯ୍ୟ କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା