
ଭୁବନେଶ୍ୱର, 15 ନଭେମ୍ବର (ହି.ସ.) -'ଛଠ୍
ପୂଜା'ର
ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଭଗବାନ ସୂର୍ଯ୍ୟଦେବ
ଓ ଛଠୀ ମୈୟାଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି କାମନା କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଆସ୍ଥା ଓ ସୂର୍ଯ୍ୟ ଉପାସନାର ମହାପର୍ବ 'ଛଠ୍
ପୂଜା' ଉପଲକ୍ଷେ
ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ପ୍ରକୃତି ବନ୍ଦନାର ଏହି ଅନନ୍ୟ ପରମ୍ପରା ସମସ୍ତଙ୍କ
ଜୀବନରେ ନୂତନ ଆଲୋକ ଓ ସକାରାତ୍ମକ ଶକ୍ତି ସଞ୍ଚାର କରୁ । ଭଗବାନ ସୂର୍ଯ୍ୟଦେବ ଓ ଛଠୀ ମୈୟାଙ୍କ
ଅସୀମ କୃପାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା