ଝାଡ଼ଖଣ୍ଡବାସୀଙ୍କୁ ରାଜ୍ୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଝାଡ଼ଖଣ୍ଡବାସୀଙ୍କୁ ରାଜ୍ୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଝାଡ଼ଖଣ୍ଡ ସ୍ଥାପନା ଦିବସ ଅବସରରେ ଝାଡ଼ଖଣ୍ଡବ
ସିଏମ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଝାଡ଼ଖଣ୍ଡବାସୀଙ୍କୁ

ରାଜ୍ୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି

ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଝାଡ଼ଖଣ୍ଡ ସ୍ଥାପନା

ଦିବସ ଅବସରରେ ଝାଡ଼ଖଣ୍ଡବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମାନ ସାଂସ୍କୃତିକ ମୂଲ୍ୟବୋଧ, ସମୃଦ୍ଧ

ଜନଜାତିୟ ଐତିହ୍ୟ ଏବଂ ଜାତୀୟ ଏକତାର ଦୃଢ଼ ଭାବନାରେ ବନ୍ଧା ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଗଭୀର

ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ଏହି ରାଜ୍ୟର ନିରନ୍ତର ପ୍ରଗତି ଓ ସଫଳତା କାମନା

କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande