ମାଲକାନଗିରିଠାରେ ‘ଜନଜାତି ଗୌରବ ଦିବସ’ ପାଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆଜି ମାଲକାନଗିରିଠାରେ ଜନଜାତି ଭାଇଭଉଣୀମାନଙ୍କ ଗହଣରେ ‘ଜନଜାତି ଗୌରବ ଦିବସ’ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ
ମାଲକାନଗିରି


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା

ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆଜି ମାଲକାନଗିରିଠାରେ ଜନଜାତି ଭାଇଭଉଣୀମାନଙ୍କ ଗହଣରେ

‘ଜନଜାତି ଗୌରବ ଦିବସ’ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ

ମାତ୍ର ୨୫ ବର୍ଷ ବୟସରେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଲଢ଼ି ନିଜ ଅଧିକାର ପାଇଁ ମୁଣ୍ଡ ଟେକି ଠିଆ

ହେବାର ପ୍ରେରଣା ଦେଇଥିବା ଏହି ଯୁଗପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜନଜାତି

ସମାଜର ସନ୍ତାନ ଭାବରେ ମାଟି,

ଜଙ୍ଗଲ ଓ ପରମ୍ପରା

ସହ ଆମର ନିବିଡ଼ ସମ୍ପର୍କ ଏବଂ ସମାଜର ସ୍ୱାଭିମାନକୁ ସେ ଅତି ନିକଟରୁ ଅନୁଭବ କରିଥିବା

କହିଛନ୍ତି ।

ଏହି ଅବସରରେ ଜନଜାତି ସମାଜର ସଂଘର୍ଷ, ତ୍ୟାଗ ଓ ସଫଳତାର

ଗାଥାକୁ ନେଇ ପ୍ରସ୍ତୁତ ପୁସ୍ତକ ‘ସମର୍ପଣ’ ଏବଂ ‘ଜନଜାତି ଗୌରବ’ର ଉନ୍ମୋଚନ କରିବା ସହ

ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ

ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମ ସରକାର ରାଜ୍ୟର

ଜନଜାତି ସମାଜର ସନ୍ତୁଳିତ, ସାମଗ୍ରିକ, ସର୍ବସ୍ପର୍ଶୀ ଓ

ସର୍ବସମାବେଶୀ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ‘ଧରତୀ ଆବା ଜନଜାତି ଗ୍ରାମ

ଉତ୍କର୍ଷ ଅଭିଯାନ’, ‘ମୁଖ୍ୟମନ୍ତ୍ରୀ

ଜନଜାତି ଜୀବିକା ମିଶନ ୨.୦’,

ଏକଲବ୍ୟ ମଡେଲ

ଆବାସିକ ବିଦ୍ୟାଳୟ, ଉଚ୍ଚଶିକ୍ଷାରେ

ସଂରକ୍ଷଣ ତଥା ବିରଳ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ମାଧ୍ୟମରେ ସେମାନଙ୍କୁ ବିକାଶର

ମୁଖ୍ୟଧାରାରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande