ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମ
ବିର୍ସା ମୁଣ୍ଡା


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା

ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ

ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ

ସିଂହଦେଓ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ,

ସମାଜ ସଂସ୍କାରକ ତଥା ଜନଜାତି ଅସ୍ମିତାର ମହାପୁରୁଷ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ

ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି । ଦେଶ ଏବଂ

ସଂସ୍କୃତିର ରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ର ତ୍ୟାଗପୂର୍ଣ୍ଣ ଜୀବନ ଆଗାମୀ ପିଢ଼ି

ପାଇଁ ସବୁବେଳେ ପ୍ରେରଣାଦାୟକ ହୋଇ ରହିବ। ଏଥିସହ ସମସ୍ତ ଙ୍କୁ ‘ଜନଜାତି ଗୌରବ ଦିବସ’ର

ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜନଜାତିଙ୍କ ଅଧିକାର ଓ ସ୍ୱାଭିମାନ ପାଇଁ ଭଗବାନ

ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନ ସବୁଦିନ ମନେ ରହିବ। ତାଙ୍କ ଜୀବନ ଓ ଆଦର୍ଶ ଆଜି ବି ଆମ

ସମସ୍ତଙ୍କୁ ପ୍ରେରଣା ଦେଉଛି । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀରେ କୋଟି କୋଟି

ପ୍ରଣାମ। ଜନଜାତୀୟ ଗୌରବ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande