
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଝାଡ଼ଖଣ୍ଡର
ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପ୍ରାକୃତିକ
ସମ୍ପଦ ଓ ଗୌରବମୟ ପରମ୍ପରାର ଭୂମି ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ
ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଝାଡ଼ଖଣ୍ଡ ବିକାଶ, ସମୃଦ୍ଧି
ଓ ଜନକଲ୍ୟାଣର ନୂତନ ମାଇଲଖୁଣ୍ଟ ସ୍ଥାପନ କରୁ,
ଏହା ହିଁ ମୋର ମଙ୍ଗଳ କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା