
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ
ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ
‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଏବଂ
ଦେଶବାସୀଙ୍କୁ ‘ଜନଜାତିୟ ଗୌରବ ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ବିର୍ସା
ମୁଣ୍ଡା ଜନଜାତି ସମାଜ ମଧ୍ୟରେ ସ୍ୱାଭିମାନ ଓ ଅଧିକାର ପ୍ରତି ଏକ ନୂତନ ଚେତନା ଜାଗ୍ରତ
କରିଥିଲେ। ତାଙ୍କର ଅଦମ୍ୟ ଦେଶଭକ୍ତି ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା