
(ନୋଟ- ସଠିକ୍ ଫଟୋ ଅପଲୋଡ ସହ ପୁନଃ ଜାରି)
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଧରତୀ ଆବା’
ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା
ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ
ତାଙ୍କୁ କୋଟି କୋଟି ପ୍ରଣାମ ଏବଂ ଦେଶବାସୀଙ୍କୁ ‘ଜନଜାତିୟ ଗୌରବ ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା
ଓ ଅଭିନନ୍ଦନ। ଭଗବାନ ବିର୍ସା ମୁଣ୍ଡା ଜନଜାତି ସମାଜ ମଧ୍ୟରେ ସ୍ୱାଭିମାନ ଓ ଅଧିକାର ପ୍ରତି ଏକ
ନୂତନ ଚେତନା ଜାଗ୍ରତ କରିଥିଲେ। ତାଙ୍କର ଅଦମ୍ୟ ଦେଶଭକ୍ତି ସର୍ବଦା ଦେଶବାସୀଙ୍କୁ ପ୍ରେରଣା
ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା