ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏହି ଅବସରରେ ସେ ତାଙ୍କ ମହାନ ଅବଦାନକୁ ସମ୍ମାନ ଜଣାଇବା ସହ ନ୍ୟାୟ ଓ ମର୍ଯ୍ୟାଦା ପାଇଁ ତାଙ୍କର ଅବିଚଳ ସଂଘର୍ଷର
ବିର୍ସା


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା

ମୁଣ୍ଡାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ

ରାମ । ଏହି ଅବସରରେ ସେ ତାଙ୍କ ମହାନ ଅବଦାନକୁ ସମ୍ମାନ ଜଣାଇବା ସହ ନ୍ୟାୟ ଓ ମର୍ଯ୍ୟାଦା ପାଇଁ

ତାଙ୍କର ଅବିଚଳ ସଂଘର୍ଷରୁ ପ୍ରେରଣା ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ମାଟିର ସ୍ୱର, ପ୍ରତିରୋଧର

ଚେତନା ଏବଂ ଆମର ଜନଜାତିୟ ଐତିହ୍ୟର ଗର୍ବ ଭଗବାନ ବିର୍ସା ମୁଣ୍ଡା ସାହସ, ବଳିଦାନ

ଓ ଆତ୍ମସମ୍ମାନର ଏକ ଚିରନ୍ତନ ପ୍ରତୀକ ଭାବେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ଜୟନ୍ତୀ

ଅବସରରେ ଆସନ୍ତୁ, ତାଙ୍କର ମହାନ ଅବଦାନକୁ ସମ୍ମାନ ଜଣାଇବା ସହ ନ୍ୟାୟ ଓ ମର୍ଯ୍ୟାଦା

ପାଇଁ ତାଙ୍କର ଅବିଚଳ ସଂଘର୍ଷରୁ ପ୍ରେରଣା ଗ୍ରହଣ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande