ଆଚାର୍ଯ୍ୟ ବିନୋବା ଭାବେଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଚାର୍ଯ୍ୟ ବିନୋବା ଭାବେଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ପୁଣ୍ୟତିଥିରେ
ବିନୋବା


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଚାର୍ଯ୍ୟ

ବିନୋବା ଭାବେଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ରତ୍ନ ଆଚାର୍ଯ୍ୟ

ବିନୋବା ଭାବେଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ସେ ଜଣେ ଦୂରଦର୍ଶୀ

ସମାଜ ସଂସ୍କାରକ ଏବଂ ଭୂଦାନ ଆନ୍ଦୋଳନର ଅଗ୍ରଦୂତ ଥିଲେ। ତାଙ୍କର ସମଗ୍ର ଜୀବନ ଶାନ୍ତି, କରୁଣା ଓ

ସାମାଜିକ ସଦ୍ଭାବନାର ଆଦର୍ଶ ପ୍ରତି ସମର୍ପିତ ଥିଲା। ନିଃସ୍ୱାର୍ଥ ସେବା, ଅହିଂସା

ଓ ସମାନତାର ତାଙ୍କ ବାର୍ତ୍ତା ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ଏକ ଅଧିକ ନ୍ୟାୟପୂର୍ଣ୍ଣ ଓ

ମାନବୀୟ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande