
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆସନ୍ତାକାଲି
ବିଧାୟକମାନଙ୍କ ପାଇଁ ଆୟୋଜିତ ହେବ ସ୍ୱତନ୍ତ୍ର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ । ଏହି ଦିନିକିଆ
କାର୍ଯ୍ୟକ୍ରମରେ ମୋଟ ୩ଟି ସେସନ୍ ରହିବ। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି।
ଏଥିପାଇଁ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି। ଉଦ୍ଘାଟନୀ ସେସନ୍ ପରେ ସଂସଦୀୟ
କମିଟି ଏବଂ ବିଧାନସଭା କମିଟି ସମ୍ପର୍କରେ ଆଲୋଚନା ହେବ। ଏହି ସେସନ୍କୁ ବିଷୟଭିତ୍ତିକ
ବିଶେଷଜ୍ଞ ସମ୍ବୋଧିତ କରିବେ। ପରବର୍ତ୍ତୀ ସେସନ୍ରେ ବଜେଟ୍ ସମ୍ପର୍କରେ ଆଲୋଚନା କରାଯିବ।
ସମସ୍ତ ବିଧାୟକଙ୍କ ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିଧାନସଭାର
ବିଧିବ୍ୟବସ୍ଥା, କାର୍ଯ୍ୟପ୍ରଣାଳୀ ଏବଂ
ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ। ସକାଳ ୯ଟାରେ
ବିଧାୟକମାନେ ପହଞ୍ଚିବା ପରେ ୧୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଚସ୍ପତି ସୁରମା ପାଢୀ
ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା