
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଜି ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରେ 'ମୁଖ୍ୟମନ୍ତ୍ରୀ
ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା'
ଅଧୀନରେ ମତ୍ସ୍ୟ
ଉତ୍ପାଦନ ବୃଦ୍ଧି ନିମନ୍ତେ ଅଙ୍ଗୁଳିକା ମାଛ ଯାଆଁଳ ଛଡ଼ାଯାଇଛି ।
ମତ୍ସ୍ୟଚାଷର ବିକାଶ ତଥା ସ୍ଥାନୀୟ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ
ଜୀବିକାରେ ଉନ୍ନତି ଆଣିବା ଆମ ସରକାରଙ୍କର ଏକ ପ୍ରମୁଖ ଲକ୍ଷ୍ୟ। ଏହି ନୂତନ ପଦକ୍ଷେପ ଦ୍ୱାରା
ଭବିଷ୍ୟତରେ ଏହି ଜଳଭଣ୍ଡାରରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହିତ ଆମର ମତ୍ସ୍ୟଜୀବୀ ପରିବାର
ଗୁଡ଼ିକ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ୍ସ୍ୟ ଓ
ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା