
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭାରତରତ୍ନ
ଆଚାର୍ଯ୍ୟ ବିନୋବା ଭାବେଙ୍କ ସ୍ମରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଭୂଦାନ ଆନ୍ଦୋଳନର ପ୍ରଣେତା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ପୁଣ୍ୟତିଥିରେ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ସରଳ ଜୀବନଯାପନ, ଗଭୀର ଆଧ୍ୟାତ୍ମିକ ଚେତନା ଏବଂ ମାନବ ସେବାର ଆଦର୍ଶ ଆମ ସମସ୍ତଙ୍କ
ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା