କିର୍ମିରା ପରିସରରେ ଜିଲ୍ଲାସ୍ତରୀୟ 'ଜନଜାତୀୟ ଗୌରବ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର15 ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କିର୍ମିରା ପରିସରରେ ଜିଲ୍ଲାସ୍ତରୀୟ ''ଜନଜାତୀୟ ଗୌରବ ଦିବସ'' ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ପ୍
ମନ୍ତ୍ରୀ


ଭୁବନେଶ୍ୱର15 ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏକଲବ୍ୟ ଆଦର୍ଶ ଆବାସିକ

ବିଦ୍ୟାଳୟ, କିର୍ମିରା ପରିସରରେ

ଜିଲ୍ଲାସ୍ତରୀୟ 'ଜନଜାତୀୟ ଗୌରବ

ଦିବସ' ପାଳନ

କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ

ବାର୍ତ୍ତାକୁ ଆଭାସୀ ମାଧ୍ୟମରେ ଶୁଣିବାର ସୁଯୋଗ ମିଳଥିଲା ।

ଏହି ଗୌରବମୟ ଦିବସ ପାଳନକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ

ବିଦ୍ୟାଳୟର ପଦାର୍ଥ ବିଜ୍ଞାନ,

ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ

କମ୍ପ୍ୟୁଟର ବିଜ୍ଞାନ ପରୀକ୍ଷାଗାରର ଶୁଭ ଉଦ୍ଘାଟନ କରିଥିଲେ ମନ୍ତ୍ରୀ ।

ଏହି ଅବସରରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମ ସରକାର

ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଉନ୍ନତ ଶିକ୍ଷାଭିତ୍ତିଭୂମି ଉପଲବ୍ଧ

କରାଇବାକୁ ପ୍ରତିବଦ୍ଧ। ଏହି ଅତ୍ୟାଧୁନିକ ପରୀକ୍ଷାଗାରଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ

ବୈଜ୍ଞାନିକ ଚିନ୍ତାଧାରା, ଗବେଷଣାମନୋଭାବ ଓ

ବ୍ୟବହାରିକ ଜ୍ଞାନର ବିକାଶରେ ସହାୟକ ହେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନୂତନ ଦିଗ

ଦେଖାଇବ। ଜନଜାତି ସମାଜର ପିଲାମାନଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ

ଆତ୍ମନିର୍ଭର ଓ ସଶକ୍ତ କରିବାରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଜାତୀୟ ଶିକ୍ଷା ନୀତି-୨୦୨୦ ଅଧିନରେ ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ

ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆହୁରି ଉନ୍ନତ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ବରଗଡ଼ର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର

ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ସ୍ୱତନ୍ତ୍ର ଉନ୍ନୟନ

ପରିଷଦର ଅଧ୍ୟକ୍ଷ ସାମଲ ନାଏକ,

ଜିଲ୍ଲାପାଳ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande