
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଭଗବାନ ବିର୍ସା
ମୁଣ୍ଡାଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା ସଂଗ୍ରାମୀ, ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ବିନମ୍ର
ଶ୍ରଦ୍ଧାଞ୍ଜଳି। ତାଙ୍କର ଅଦମ୍ୟ ସାହସ, ନେତୃତ୍ୱ ଏବଂ ଜନଜାତି ସମାଜର ଅଧିକାର ପାଇଁ ନିରନ୍ତର ସଂଘର୍ଷ ଆଜି ବି ପ୍ରତ୍ୟେକ
ଭାରତୀୟଙ୍କ ପାଇଁ ଅସୀମ ପ୍ରେରଣାର ଉତ୍ସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା