କାଗଜ କଳର ବିନାଶ ପରବ ' ଆରମ୍ଭ ହେଲାଣି, ଭାଲୋଟିଆ ଗତି ଲଭିବ
ଜୟପୁର, ୧୫ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ର ଏକ ମାତ୍ର କାଗଜ କଳ ଏବଂ ଜୟପୁର ଅଂଚଳର ବୃହତ୍ ଶିଳ୍ପ ସେବା କାଗଜ କଳ ର ବିନାଶ ପରବ'' ଗତି ଧରିବାରେ ଲାଗିଛି । ମୋହନ ମାଝୀ ସରକାର ଓ ଲୋକ ପ୍ରତିନିଧି ଚେଙ୍କ ପାଇଲେ ପ୍ରତିକ୍ରିୟା ପ୍ରକାଶ କଲାଭଳି କେବଳ କିଛି ଶୁଣାଇ ନୀରବ ହୋଇଯାଉଛନ୍ତି ବୋଲି
ସାରସ୍ୱତ ବାଲ ମନ୍ଦିର ବାର୍ଷିକ ପ୍ରଦର୍ଶନୀ


ଜୟପୁର, ୧୫ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ର ଏକ ମାତ୍ର କାଗଜ କଳ ଏବଂ ଜୟପୁର ଅଂଚଳର ବୃହତ୍ ଶିଳ୍ପ ସେବା କାଗଜ କଳ ର ବିନାଶ ପରବ' ଗତି ଧରିବାରେ ଲାଗିଛି । ମୋହନ ମାଝୀ ସରକାର ଓ ଲୋକ ପ୍ରତିନିଧି ଚେଙ୍କ ପାଇଲେ ପ୍ରତିକ୍ରିୟା ପ୍ରକାଶ କଲାଭଳି କେବଳ କିଛି ଶୁଣାଇ ନୀରବ ହୋଇଯାଉଛନ୍ତି ବୋଲି ସେବା କାଗଜ କଳ ଶ୍ରମିକ ସଂଘ ର ସଭାପତି ତଥା ଅବସରପ୍ରାପ୍ତ ଶ୍ରମିକ ସମୁହର ଆବାହକ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅତ୍ୟନ୍ତ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଦିନକୁ ଦିନ କାରଖାନା ରୁ ଚୋରି ବଢ଼ିବାରେ ଲାଗିଛି। ଚୋର ମାନଙ୍କ ସହ ଅଳ୍ପ କିଛି ସିକ୍ୟୁରିଟି ଗାର୍ଡ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଦରମା ମିଳୁନଥିବାରୁ କେହି ସେକ୍ୟୁରିଟି ଗାର୍ଡ ଆସିବାକୁ ରାଜି ହେଉନାହାଁନ୍ତି। ଯେଉଁଠାରୁ ପାଣି ଆସୁଥିଲା ସେହି ସ୍ଥାନରେ ଥିବା ଦୁଇଟି ଟ୍ରାନ୍ସଫରମର୍ ଭାଙ୍ଗି ସେଥିରୁ ତମ୍ବା ନେଇଗଲେ । ଜୟପୁର ର ଏକ ମାତ୍ର ବୃହତ୍ ଶିଳ୍ପ ଏବଂ ଏ ଅଂଚଳର ଅର୍ଥନୈତିକ ଜୀବନ ରେଖା ଭାବେ ଜୟପୁର କୁ ସମୃଦ୍ଧ ଏବଂ ବେକାର ସମସ୍ୟା ସମାଧାନ ଦିଗରେ ସହାୟକ ହେଉଥିବା ଏହି କାରଖାନା ଗମ୍ଭୀର ସଙ୍କଟ ଭିତରେ । ଏହି ଭଳି ଅବସ୍ଥା ରୁ ଉଦ୍ଧାର କରି ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଉଦ୍ୟମ ରେ ଥାପର ଗୃପ୍ ହାତକୁ ନେଇ କାରଖାନା କୁ ଚଲେଇ ଥିଲା ।

କିନ୍ତୁ ଶ୍ରମିକ ମାନଙ୍କ ଦରମା ନାହିଁ , ଅବସରପ୍ରାପ୍ତ ଶ୍ରମିକ ଓ ଠିକା ଶ୍ରମିକ ମାନଙ୍କ ଅବସ୍ଥା ସାଂଘାତିକ। ସତୁରୀ ଜଣ ପ୍ରାୟ ଶ୍ରମିକ ମୃତ୍ୟୁ ବରଣ କଲେଣି । ସେମାନଙ୍କ ପରିବାର ପେନସନ୍ ମଧ୍ୟ ପାଇପାରୁ ନାହାଁନ୍ତି। ଠିକା ଶ୍ରମିକ ମାନଙ୍କ ପି ଏଫ୍ ଟଙ୍କା ଜମା ହୋଇ ନାହିଁ। ଆଉ ଗୋଟିଏ ନୂଆ କମ୍ପାନୀ କୁ କାରଖାନା ହସ୍ତାନ୍ତର ପାଇଁ ରାଜ୍ୟ ସରକାର ଏନ୍ ଓ ସି ଦେଇ ପ୍ରାୟ ଦୁଇ ବର୍ଷ ହେଇଗଲା । ତୁମ୍ବି ତୋଫାନ ପ୍ରଚାର ଚାଲିଲା । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇଥର ପରବ ମଂଚରୁ ଘୋଷଣା କଲେ କାରଖାନା ଚଲେଇବା ପାଇଁ ଉଦ୍ୟମ ହେଉଛି। ହୁଏତ ଏବର୍ଷ ମଧ୍ୟ ଆସି ସେହି କଥା ଦୋହରାଇବେ , ଏବଂ ତାଙ୍କ କାର୍ଯ୍ୟକାଳ ଭିତରେ କାରଖାନା ଚାଲିବ କି ନାହିଁ ସନ୍ଦେହ।ତିନି ବର୍ଷ ହେବାକୁ ଯାଉଛି କାରଖାନା ବନ୍ଦ। ଯେଉଁ ବ୍ୟାଙ୍କ ଋଣ ଦେଇଥିଲା ସେ ଟଙ୍କା ଆଦାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ।କିଛି ଅଫିସର୍ କେବଳ କୋଇଲା ପାଉଁଶ ବିକ୍ରି କରି ଖାଇ ପିଇ ଅଛନ୍ତି । ଏହି ଅବସ୍ଥା ରୁ କାଗଜ କଳ କୁ ଉଦ୍ଧାର କରିବା ପାଇଁ ସବୁ ସ୍ତରରୁ ସ୍ୱର ଉଠୁଛି। କିନ୍ତୁ ସହୀଦ ଲକ୍ଷ୍ମଣ ନାୟକଙ୍କ ମାଟିକୁ ବନ୍ଧା ପକେଇ ଶ୍ରମିକ ମାନଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇ, ଜୟପୁର ର ଅର୍ଥନୀତି କୁ ଧ୍ୱସ୍ତ କରାଯାଉଛି ଏବଂ ଅନ୍ୟ ଦିଗରେ କୋରାପୁଟ କୁ ଶିଳ୍ପ ର ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଚାଲିଛି। ବନ୍ଦ ଶିଳ୍ପ କୁ ରକ୍ଷା କରିବା ପାଇଁ ସରକାର କେତେ ତତ୍ପର ଜନସାଧାରଣ ଅନେଇ ରହିଛନ୍ତି। ଆଜି ସଂଘ ର ଏକ ଜରୁରୀ ବୈଠକରେ ସଭ୍ୟ ମାନେ ସରକାରଙ୍କୁ ଆହ୍ୱାନ କରିଛନ୍ତି ତୁରନ୍ତ ହସ୍ତକ୍ଷେପ କରି କାରଖାନା ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ନଚେତ୍ ସରକାରଙ୍କ ବିରୁଦ୍ଧରେ ଜୋରଦାର ସ୍ୱର ଉତୋଳନ ହେବ । ବୈଠକ ରେ ସର୍ବଶ୍ରୀ ବସନ୍ତ ବେହେରା, ସୁବାଷ ବେହେରା,ସରୋଜ ପଣ୍ଡା, ଭାସ୍କର ମିଶ୍ର, କେ ସତ୍ୟ ନାରାୟଣା ପ୍ରମୁଖ ମତ ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande