ବାଗଦେରୀ ଠାକୁରାଣୀ ମନ୍ଦିରଠାରେ ଉଦ୍ଘାଟିତ ହେଲା ୨୯ତମ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୬
ଜୟପୁର, ୧୫ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ର ବାଗଦେରୀ ଠାକୁରାଣୀ ମନ୍ଦିରଠାରେ ୨୯ତମ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’ର ଉଦ୍ଘାଟନୀ ସମାରୋହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ କୋରାପୁଟସ୍ଥିତ ନିଶାଣୀ ମୁଣ୍ଡା
ବାଗଦେରୀ ଠାକୁରାଣୀ ମନ୍ଦିରଠାରେ ଉଦ୍ଘାଟିତ ହେଲା ୨୯ତମ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’


ବାଗଦେରୀ ଠାକୁରାଣୀ ମନ୍ଦିରଠାରେ ଉଦ୍ଘାଟିତ ହେଲା ୨୯ତମ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’


ଜୟପୁର, ୧୫ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ର ବାଗଦେରୀ ଠାକୁରାଣୀ ମନ୍ଦିରଠାରେ ୨୯ତମ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’ର ଉଦ୍ଘାଟନୀ ସମାରୋହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରାରମ୍ଭରେ କୋରାପୁଟସ୍ଥିତ ନିଶାଣୀ ମୁଣ୍ଡାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ବାଗଦେରୀ ଠାକୁରାଣୀ ମନ୍ଦିରଠାରୁ ବ୍ଲକସ୍ତରୀୟ ‘ପରବ’ ମହୋତ୍ସବ ପାଳନ ଉପଲକ୍ଷେ ଏକ ପାରମ୍ପରିକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ମହୋତ୍ସବର ସଭାସ୍ଥଳରେ ପହଂଚିବା ପରେ ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଥିଲା।

ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ ସତ୍ୟୱାନ ମହାଜନ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟା କନକଲତା ପେଣ୍ଠିଆଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀତମ ପାଢ଼ୀ, ସାଂସଦଙ୍କ ପ୍ରତିନିଧି ଶ୍ରୀ ମନୋଜ ଆଚାର?୍ୟ୍ୟ ଏବଂ କୁନ୍ଦୁରା ସରପଂଚ ଶ୍ରୀମତୀ ଦଇମତି ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଜୟପୁର ଏସଡିପିଓ ଅର୍ଚ୍ଚିତା ମିତଲ, ପ୍ରବେସନାରୀ ଅଧିକାରୀ ଶ୍ରୀ ଅନୁପ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ସୁଧା ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଉତ୍ସବରେ ଯୋଗଦେଇଥିଲେ।

ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ‘ପରବ-୨୦୨୬’ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଏହାପରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ନାଏକ ଆନୁଷ୍ଠାନିକ ଭାବେ ‘ପରବ-୨୦୨୬’ର ଶୁଭାରମ୍ଭ ଘୋଷଣା କରିଥିଲେ।

‘ପରବ’ କୋରାପୁଟ ଜିଲ୍ଲାର ଆଦିବାସୀ ଜନଜାତିଙ୍କ ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ ଓ ଲୋକକଳାକୁ ଜାତୀୟସ୍ତରରେ ପରିଚିତ କରାଇବାର ଏକ ଅନନ୍ୟ ମଂଚ। ଏହି ମହୋତ୍ସବ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଂଚଳର ସାଂସ୍କୃତିକ ବିବିଧତା ଓ ଆଦିବାସୀ ପରମ୍ପରାର ଭବ୍ୟ ପ୍ରଦର୍ଶନ ସହ ଜିଲ୍ଲାର ଐତିହ୍ୟ ଓ ପରିଚୟକୁ ଅଧିକ ବ୍ୟାପକ କରିବାର ଉଦ୍ୟମ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande