କବି ଘାସିରାମ ମହାପାତ୍ରଙ୍କ ପୁସ୍ତକ ଅଭିରୁଚି ର ପାଠକାର୍ପଣ
ଜୟପୁର, , 15 ନଭେମ୍ବର (ହି.ସ.) ସାହିତ୍ୟ ସଂସଦ କମ୍ୟୁନିକେସନ, ଅରବିନ୍ଦ ନଗର, ଜୟପୁର, କୋରାପୁଟ ଆନୁକୂଲ୍ୟରେ ଆଜି ଡି.ଆଇ.ଇ.ଟି, ଜୟପୁର ପରିସରରେ କବି ଶ୍ରୀ ଘାସିରାମ ମହାପାତ୍ରଙ୍କ ନୂତନ କବିତା ପୁସ୍ତକ *ଅଭିରୁଚି* ର ଶୁଭ ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍
କବି ଘାସିରାମ ମହାପାତ୍ରଙ୍କ ପୁସ୍ତକ ଅଭିରୁଚି ର ପାଠକାର୍ପଣ


ଜୟପୁର, , 15 ନଭେମ୍ବର (ହି.ସ.) ସାହିତ୍ୟ ସଂସଦ କମ୍ୟୁନିକେସନ, ଅରବିନ୍ଦ ନଗର, ଜୟପୁର, କୋରାପୁଟ ଆନୁକୂଲ୍ୟରେ ଆଜି ଡି.ଆଇ.ଇ.ଟି, ଜୟପୁର ପରିସରରେ କବି ଶ୍ରୀ ଘାସିରାମ ମହାପାତ୍ରଙ୍କ ନୂତନ କବିତା ପୁସ୍ତକ *ଅଭିରୁଚି* ର ଶୁଭ ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ କବି ଓ ହାଇକୁକାର ଶ୍ରୀ କୃଷ୍ଣଚନ୍ଦ୍ର ହୋତା। ମୁଖ୍ୟ ଅତିଥି ଭାବେ କବି ଓ ସମାଲୋଚକ ଡ. କମଳାକୃଷ୍ଣ ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ କବି ଓ ସମାଲୋଚକ ଡ. ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ଗବେଷକ ଶ୍ରୀ ଆଲୋକ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଡି.ଆଇ.ଇ.ଟି, ଜୟପୁରର ଅଧ୍ୟକ୍ଷା ଶ୍ରୀମତୀ ମମତା କୁମାରୀ ଝୋଡ଼ିଆ ଉପସ୍ଥିତ ଥିଲେ।

ଅତିଥିମାନଙ୍କୁ ମଞ୍ଚାସୀନ କରାଇ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଡ. ଦେବୀ ପ୍ରସାଦ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଶ୍ରୀ ମନୋଜ କୁମାର ମିଶ୍ର ଶ୍ଳୋକ ପାଠ କରିଥିଲେ ଏବଂ ଶ୍ରୀ ରବିନ ଚନ୍ଦ୍ର ମାହାନନ୍ଦିଆ ବଂଶୀ ଧୂନରେ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରିଥିଲେ।

ଅତିଥିମାନଙ୍କ ଦ୍ୱାରା ଅଭିରୁଚି ପୁସ୍ତକ ଉନ୍ମୋଚିତ ହେବା ପରେ କବି ଶ୍ରୀ ଘାସିରାମ ମହାପାତ୍ର ପୁସ୍ତକ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ। ପ୍ରକାଶକ ସମ୍ପାଦକ ପ୍ରକାଶ ମହାନନ୍ଦିଆ ପ୍ରକାଶନ ପ୍ରକ୍ରିୟା ବିଷୟରେ ଆଲୋକପାତ କରିଥିଲେ। ଶେଷରେ କୁମାରୀ ତପସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଥିଲେ ଶ୍ରୀ ମଧୁସୂଦନ ମିଶ୍ର। ସଂଯୋଜନା କରିଥିଲେ କବୟିତ୍ରୀ କବିତା ସାହୁ ଓ ଶ୍ରୀମତୀ ସୁକାନ୍ତି ପାତ୍ର। ଏହି ପର୍ଯ୍ୟାୟରେ ୨୦ରୁ ଅଧିକ ରୁଚିପୂର୍ଣ୍ଣ କବିତା ପାଠ ହୋଇଥିଲା।ଶେଷରେ ଗୀତିକାର ଶ୍ରୀ ନାରାୟଣ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ଉକ୍ତ ସଭାରେ ଅନେକ କବି, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande