ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ ଭୁବନେଶ୍ୱରକୁ ହରାଇ ଛତିଶଗଡ ବିଜୟୀ
ଧମର୍ଶାଳା,୧୫ନଭେମ୍ବର(ହି.ସ.) - ଯାଜପୁର ଜିଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧମର୍ଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ୧୧ତମ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି ।
ସିକୁ କପ  କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ ଭୁବନେଶ୍ୱରକୁ ହରାଇ ଛତିଶଗଡ ବିଜୟୀ


ଧମର୍ଶାଳା,୧୫ନଭେମ୍ବର(ହି.ସ.) - ଯାଜପୁର ଜିଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧମର୍ଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ୧୧ତମ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ମ୍ୟାଚରେ ଯବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳଳୀମାନଙ୍କ ସହିତ ହାତ ମିଳଇ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧମର୍ଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ବିଜେପି ଜିଲା ସଭାପତି ଦେବଯାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଆତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର, ଭୁମିକା ଦାଶ ଓ ଜୀନା ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଉଦଘାଟନୀ ଉତ୍ସବ ପୁର୍ବରୁ କଂଟାମାଳିଆସ୍ଥିତ ପଳାସବୁଢୀ ପୀଠଠାରୁ ଏକ ମଶାଲ ଶୋଭାଯାତ୍ରା ଷ୍ଟାଡିୟମ ପର?୍ୟ୍ୟନ୍ତ ଆସିଥିଲା । ଏହି ମଶାଲ ଶୋଭାଯାତ୍ରାରେ ଯାଜପୁର ସାଂସଦ ଶ୍ରୀ ବେହେରା, କୋରେଇ ବିଧାୟକ ଶ୍ରୀ ଦାସ ନାୟକ, ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଓ ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ସମେତ ଓଲିଡ ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର , ଭୁମିକା ଦାଶ, ଜୀନା ସାମଲ ପ୍ରମୁଖ ସାମିଲ ହୋଇଥିଲେ । ଏହି ମଶାଲ ଶୋଭାଯାତ୍ରାର ନେତୃତ୍ୱ ଓଡିଶା ମହିଳା କ୍ରିକେଟ ଦଳର ଅଧିନାୟକ ସୁଶ୍ରୀ ଦିବ୍ୟର୍ଦଶନୀ ଓ ଦୌଡରଣୀ ଦୂତୀ ଚାନ୍ଦ ନେଇଥିଲେ । ଏହି ମଶାଲ ଶୋଭାଯାତ୍ରାରେ ଚାମ୍ପିଅନ ଓ ରର୍ନସଅପ ଟ୍ରଫି ପ୍ରର୍ଦଶନ କରାଯାଇଥିଲା । ସେହିପରି କାଏମା ଅଂଚଳରୁ ହଜାର ହଜାର ସଂଖ୍ୟାରେ ଯୁବକ ବାଇକ ଶୋଭାଯାତ୍ରାରେ ଆସି ଷ୍ଟାଡିୟମରେ ପହଁଚି ଥିଲେ । ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଘାଟନୀ ସଭାରେ ସମସ୍ତ ଅତିଥି ଯୋଗଦେଇଥିଲେ । ପରେ ଅତିଥିମାନେ ଖେଳ ପଡିଆକୁ ଯାଇ ଆଜିର ମ୍ୟାଚକୁ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚ ଟିସିସି ଭୁବନେଶ୍ୱର ଓ ବିଳାସପୁର କ୍ରିକେଟ ଏକାଡେମୀ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଛତିଶଗଡ ଟିମ ଭୁବନେଶ୍ୱର ଟିମକୁ ୮୦ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଭୁବନେଶ୍ୱର ଟିମ ଟସ ଜିତି ଛତିଶଗଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଫଳରେ ଛତିଶଗଡ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୫୪ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆଜମ ଖାଁ ୭୫ ଓ ଅଂକିତ ସିଂ ୧୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ଭୁବନେଶ୍ୱର ଟିମର ସୁଶିଲ ବାରିକ ୩ଟି ଓ ରମେଶ ଚନ୍ଦ୍ର ବେହେରା ୨ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଭୁବନେଶ୍ୱର ଟିମ ବ୍ୟାଟିଂ କରି ୧୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୪ରନ ସଂଗ୍ରହ କରି ପରାସ୍ତ ହୋଇଛି । ଦଳ ପକ୍ଷରୁ ସୁଭମ ଶତ୍ରୁଜିତ ୧୮ରନ ଓ ଦିପାନସୁ ଫୋରେ ୧୨ରନ ସଂଗ୍ରହ କରିଥିଲେ । ବିପକ୍ଷ ଛତିଶଗଡ ଟିମର ସଖ୍ୟମ ଚବେ ୩ଟି ଓ ଆଜମ ଖାଁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଆଜି ମ୍ୟାଚର ସର୍ବ ଶେଷ୍ଠ ଖେଳାଳୀ ଭାବେ ଛତିଶଗଡର ଆଜମ ଖାଁଙ୍କୁ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ଆଜି ଉଦଘାଟନୀ ମ୍ୟାଚକୁ ଆସୁତୋଷ ପାଣି ସ୍ୱପ୍ନସରିତ କର ପରିଚାଳନା କରିଥିଲେ । ବିକାଶ ଧଳ ଓ ଯଯାତୀ ସାମଲ ସ୍କୋରରେ ସହାୟତା କରିଥିଲେ । ଆସନ୍ତା କାଲି ସୋମବାର ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ଲକ୍ଷ୍ମୀ ରତନ ସୁକ୍ଲା କ୍ରିକେଟ ଏକାଡେମୀ କଲିକତା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ରାଜେଶ ପାଳ, ପ୍ରକାଶ ସାମଲ, ସୁବ୍ରତ ଜେନା,ରଂଜନ କୁମାର ରାୟ,ବିନୋଦ ବାରିକ, ଦିଲକ ଜେନା, ଶିବସୁନ୍ଦର ଦାସ ,ଜଗନ୍ନାଥ ଦାସ ଓ ନାରାୟଣ ମଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଖେଳକୁ ଉପଭୋଗ କରିବା ପାଇଁ ହଜାର ହଜାର ସଂଖ୍ୟାରେ ର୍ଦଶକଙ୍କ ଭିଡ ଲାଗି ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande