
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଜି ମହାନ
ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ।
ଏହି ଅବସରରେ ସାରା ଦେଶରେ ଆଦିବାସୀ ଗୌରବ ଦିବସ ପାଳନ କରାଯାଉଛି। ରାଷ୍ଟ୍ର ନିର୍ମାଣ ସହ
ଆଦିବାସୀ ସମାଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ସୁରକ୍ଷାରେ ବିର୍ସା ମୁଣ୍ଡାଙ୍କ ଅବଦାନ
ଅବିସ୍ମରଣୀୟ।ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧାନସଭା ପରିସରରେ ଥିବା
ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ ପୁଷ୍ପମାଲ୍ୟ ଅର୍ପଣ କରି
ମହାନ ଜନନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା