
ଜୟପୁର,, 15 ନଭେମ୍ବର (ହି.ସ.) ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ଚଳିତ ବର୍ଷର ପ୍ରତିଯୋଗିତା ସଭାପତି ତପନ କିରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ଧୂପ, ଦୀପ, ଅର୍ଘ୍ୟ ଅର୍ପଣ ସହ ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟପୁରର ବିଭିନ୍ନ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସାଧାରଣ ବର୍ଗର ଯୁବକ ଯୁବତୀମାନେ ବହୁଳ ପରିମାଣରେ ସୂର୍ଯ୍ୟନମସ୍କାର, ଯୋଗାସନ, ଶଙ୍ଖବାଦନ, ହୁଳହୁଳି, ତର୍କ ଓ ଗୀତା ଶ୍ଲୋକାବୃତ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତା ଗୁଡିକରେ ଯୋଗ ଗୁରୁ ଜାନକୀ ପାଣିଗ୍ରାହୀ, କୃଷ୍ଣ ରାଓ ଦୋରା, ରଶ୍ମିତା କୁମାରୀ ନାହାକ, ସାଗରିକା ଦାସ, ସରସ୍ବତୀ ସାହୁ, କ୍ଷୀରୋଦ ଚନ୍ଦ୍ର ଦାସ ଓ ଈଶ୍ୱର ଚନ୍ଦ୍ର ଦେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ଅନୁଷ୍ଠାନର ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସାଧାରଣ ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣା, ସଂଗଠନ ସମ୍ପାଦିକା ସବିତା ତ୍ରିପାଠୀଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ବିପିନ ପାତ୍ର, ରିତାଞ୍ଜଳି ଡାକୁଆ, ଜଗନ୍ନାଥ ପାଣିଗ୍ରାହୀ ଓ କ୍ଷେତ୍ର ମୋହନ ନାୟକ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତିଯୋଗିତା ପରିଚାଳନା କରିଥିଲେ। ଆସନ୍ତା ୨୨ ତାରିଖ ରବିବାର ଦିନ ପୁରାଣ ପ୍ରବନ୍ଧ, ଇତିହାସ ପ୍ରବନ୍ଧ, ସାଂସ୍କୃତିକ ଜ୍ଞାନ ପରୀକ୍ଷା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଧିକା ପ୍ରତିଯୋଗୀ ମାନଙ୍କୁ ଭାଗ ନେବା ପାଇଁ ସଭାପତି ଶ୍ରୀ ତ୍ରିପାଠୀ ଗଣମାଧ୍ୟମରେ ନିଜ ଇଛା ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି