
ଧର୍ମଶାଳା,୧୫ ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତସ୍ଥିତ ବଳଦେବଜୀଉ ମେଲଣ କମିଟି ପକ୍ଷରୁ ଆୟୋଜିତ ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ଠାକୁରବାଡିଆ ମହାସଂଘର ଏକ ମାସିକ ଭ୍ରାମ୍ୟମାଣ ବୈଠକ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୫୩ ଗୋଟି ଠାକୁର ବାଡିଆର ମୁଖ୍ୟ ସଦସ୍ୟ ଯୋଗ ଦେଇ ମେଲଣ ପରିଚାଳିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମହାସଂଘର ସଭାପତି ସୁରେନ୍ଦ୍ର ନାଥ ନାୟକ, କାର୍ଯ୍ୟକାରୀ ସଭାପତି କରୁଣାକର ବରାଳ ଓ ସମ୍ପାଦକଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତା ଓ ସଭ୍ୟ ଯୋଗ ଦେଇଥିଲେ । ସଂଘର ସୁପରିଚାଳନା ଓ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ମେଲଣମାନଙ୍କରେ ଶୃଙ୍ଖଳିତ ମେଲଣ ପରିଚାଳନା କରିବା ସହିତ ବିମାନ ନିକଟରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାମ ସଂକୀର୍ତନ ପରିବେଷଣ କରିବାକୁ ନିସ୍ପତି ନିଆଯାଇଛି । ଡାକବାଜି ଯନ୍ତ୍ରୀର ଶଦ୍ଧ ନିୟନ୍ତ୍ରଣ,ଅଶ୍ଲୁଳ ନୃତ୍ୟ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହି ସମସ୍ତ ନିସ୍ପତିକୁ ଦୃଢତାର ସହ ପାଳନ କରିବାକୁ ସମସ୍ତେ ଶପଥ ନେଇଥିଲେ । ବଳଦେବ ଜୀଉ ମେଲଣ କମିଟିର ସଭାପତି ଆତୁଳାନନ୍ଦ ମଲିକ, କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାନ୍ତି,ନିରଞ୍ଜନ ମହାନ୍ତି,ବାସୁଦେବ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ