କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି। ଏହି ଗସ୍ତ ଅବସରରେ ଭୁବନେଶ୍ୱର ଓ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆଜି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଏନେଇ ଭୁବନ
କାଲି ଓଡ଼ିଶା ଗସ୍ତରେ     ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି।

ଏହି ଗସ୍ତ ଅବସରରେ ଭୁବନେଶ୍ୱର ଓ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆଜି

କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଏନେଇ ଭୁବନେଶ୍ୱର

ଡିସିପି ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା

ବ୍ୟବସ୍ଥା କଡାକଡି କରାଯାଇଛି । ମୁତୟନ ହେବେ 45 ପ୍ଲାଟୁନ ପୋଲିସ ଫୋର୍ସ । ବରିଷ୍ଠ ଅଧିକାରୀ

ମାନେ ନଜର ରଖିବେ । ବିମାନବନ୍ଦର ଠାରୁ ହୋଟେଲ ପର୍ଯ୍ୟନ୍ତ କାରକେଡ଼ ରିହଲ କରାଯାଇଛି । ସେପଟେ

ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ

ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande