ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ଖୋର୍ଦ୍ଧା, ୧୮ ନଭେମ୍ବର(ହି.ସ.) – ହାବେଳୀ ପଡ଼ିଆରେ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା . ଉପ-ନିର୍ଦ୍ଦେଶକ ଡ଼ା ବିଶ୍ୱ ରଞ୍ଜନ ବେହେରାଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟର ନୂତନ ଗ
Block level


ଖୋର୍ଦ୍ଧା, ୧୮ ନଭେମ୍ବର(ହି.ସ.) – ହାବେଳୀ ପଡ଼ିଆରେ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା . ଉପ-ନିର୍ଦ୍ଦେଶକ ଡ଼ା ବିଶ୍ୱ ରଞ୍ଜନ ବେହେରାଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟର ନୂତନ ଗୃହ ଉଦ୍ଘାଟିତ ହୋଇଛି ଯାହାର ଅଟକଳ ପରିମାଣ ଦୁଇ କୋଟି ପଂଶଠି ଲକ୍ଷ ଟଙ୍କା ରହିଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନନୀୟ ଅତିଥୁ ରୂପେ ରୁପଶ୍ରୀ ରାଣୀ ଗୁମାନସିଂହ, ଅଧ୍ଯକ୍ଷା,ଜିଲ୍ଲାପରିଷଦ, ଖୋର୍ଦ୍ଧା, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଗୋପୀନାଥ ମହାରଣା, ପଂଚାୟତ ସମିତି ଉପାଧ୍ଯକ୍ଷ, ପ୍ରକାଶ ସାମନ୍ତରାୟ, ,ଜିଲ୍ଲା ପରିଷଦ ସଦସ୍ୟ, ଜୋନ୍-୧ ପ୍ରଫୁଲ୍ଲ କୁମାର ଦଳାଇ, ଡା, ସଦାଶିବ ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ, ରମେଶ ଚନ୍ଦ୍ର ରାଉଳ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧୁକାରୀ, ଡା. କୃଷ୍ଣ କେଶବ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୂକାରୀ, ଡା, ବିଶ୍ୱ ରଞ୍ଜନ ବେହେରା, ଖୋର୍ଦ୍ଧା ଉପ-ନିର୍ଦ୍ଦେଶକ ସିଦ୍ଧାର୍ଥ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ।ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା. କୃଷ୍ଣ କେଶବ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଓ ସମ୍ମାନନୀୟ ଅତିଥି ନିଜନିଜର ଅଭିବ୍ୟକ୍ତି ରଖୁବା ସହିତ ଖୋର୍ଦ୍ଧାର ୨୨ ପଂଚାୟତରୁ ଆସିଥିବା ୪୪୦ ରୁ ଉର୍ଦ୍ଧ୍ୱ ଚାଷୀମାନଙ୍କୁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ପାଇଁ ପ୍ରୋତ୍ସାହିତ କରିଥିଲେ। ପ୍ରାଣୀପାଳକ ଓ ମତ୍ସ୍ୟଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା, ଏବଂ କିଟ ବ୍ୟାଗ, ଯୋଜନା ସମ୍ବଧୀୟ ପ୍ରଚାର ପତ୍ରିକା ଦିଆଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଅଧୂକ କ୍ରିୟାଶୀଳ କରିବା ନିମନ୍ତେ ଚାଷୀମାନଙ୍କ ଠାରୁ ସେମାନଙ୍କର ମତାମତ ସଂଗ୍ରହ କରାଯାଇଥିଲା।ପୁନଶ୍ଚ ମତ୍ସ୍ୟବିଭାଗ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ୨ ଜଣ ଲେଖାଏଁ ସଫଳଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବଖାଣିଥିଲେ। ଗୋପାଳନ, ଛେଳିପାଳନ, କୁକୁଡ଼ାପାଳନ, ମତ୍ସ୍ୟଚାଷ କ୍ଷେତ୍ରରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ସରକାରୀ ରିହାତି ପାଇଥିବା ଅଗ୍ରଣୀଚାଷୀ, ଟ୍ରିଙ୍କିଲ ବଳବନ୍ଧରାୟ, ୩ହଜାର କୁକୁଡ଼ା ପାଳନ, ପୁଷ୍ପଲତା ବଳବନ୍ତରାୟ, ୩୨ ଟି ଛେଳି ପାଳନ, ସ୍ମୃତିରେଖା ମହାରଥୀ, ମତ୍ସ୍ୟ ପୋଖରୀ ଯୋଜନା ଏବଂ ସୁନିତା ପ୍ରଧାନ, ଜୈବିକ ମାଛ ଚାଷ ନିମନ୍ତେ ଡ଼ମିଚେକ ପାଇଥିଲେ ।

ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷରେ ଏକ ଅଭିନବ ଉଦ୍ୟମ ଭାବେ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟ ପରିସରରେ ଅତିଥ୍ୟାମାନଙ୍କଦ୍ୱାରା ଫଳଦାୟୀ ବୃକ୍ଷର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମତ୍ସ୍ୟ ବିଭାଗ, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ, ଓମଫେଡ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତିକା ସରଂକ୍ଷଣ ବିଭାଗ ଇତ୍ୟାଦି ପକ୍ଷରୁ ଷ୍ଟଲ୍କ ମାଧ୍ୟମରେ ବିଭିନ୍ନ ଉତ୍ପାଦ ଓ ଯୋଜନା ମାନ ପ୍ରଦର୍ଶିତ କରା ଯାଇଥିଲା। ବିଭିନ୍ନ ଚାଷୀ ଓ ବୀଣାପାଣି ଶିଶୁ ମନ୍ଦିର, ଖୋର୍ଦ୍ଧାର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମାନେ ଆସି ଷ୍ଟଲ ବୁଲିବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ମୁଖ୍ୟଅତିଥି ଓ ସମ୍ମାନନୀୟ ଅତିଥିବୃନ୍ଦ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମସ୍ତ ପ୍ରଦଶର୍ନୀ ବୁଲି ଦେଖୁଥିଲେ ଓ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସଭା ଶେଷରେ ଡା, ସଦାଶିବ ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଖୋର୍ଦ୍ଧା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ଡା, ବିଶ୍ୱ ରଞ୍ଜନ ବେହେରା, ଉପ-ନିର୍ଦ୍ଦେଶକ ଖୋର୍ଦ୍ଧା, ଡା, ବିଶ୍ୱ ଭାନୁ ସାମନୁସିଂହାର, ତା, ପ୍ରଜ୍ଞା ହରିଚନ୍ଦନ, ଡା. ରଶ୍ମୀକାନ୍ତ ପାଲଟାସିଂହ, ପ୍ରାଣିଚିକିତ୍ସା ଅଧିକାରୀ, ମୋନାଲିସା ମଲ୍ଲିକ, ବ୍ଲକ ମତ୍ସ୍ୟ ଅଧିକାରୀ, ଡା. ଗାୟତ୍ରୀ ଖୁଣ୍ଡିଆ ଏବଂ ଡା. ବିଜିତା ସ୍ୱାଇଁ, ପ୍ରାଣିଚିକିତ୍ସା ଅଧିକାରୀ ପ୍ରମୁଖଙ୍କ ମିଳିତ ସହଯୋଗ ରେ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande