
ଖୋର୍ଦ୍ଧା, ୧୮ ନଭେମ୍ବର(ହି.ସ.) – କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଆହ୍ୱାନ ପଥ ପିପିଟି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ବିଭିନ୍ନ ବର୍ଗର ଯୁବ ଗୋଷ୍ଠୀଙ୍କୁ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଜୟୀରାଙ୍ଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି କ୍ଷ ଉକ୍ତ କାର୍ଯ୍ୟକ୍ରମରେ ଜୁରୀ ମେମ୍ବର ଭାବେ ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସମୁଚିତା ମଲ୍ଲିକ,ଡ଼ଃ ସଞ୍ଜୀବ ଡୁଡୁକା ଏବଂ ଡ଼ଃ ମୌସୁମୀ ଦାସ ଯୋଗଦେଇଥିବା ବେଳେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଂଚମ ଏବଂ ଷଷ୍ଠ ସ୍ଥାନରେ ଯଥାକ୍ରମେ ବାଣିଷ୍କ ବିଶ୍ୱାଳ, ଆୟୁଷ ପ୍ରଧାନ, ରାଜବିର ରଣା, ଶ୍ରୀୟାଶ୍ରୀ ପାଣିଗ୍ରାହୀ, ରୁଦ୍ରମାଧବ ସାହୁ ଏବଂ ମେଘନା ବଳିୟାର ସିଂହ ଉତୀର୍ଣ୍ଣ ହୋଇଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ କ୍ଷ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା କ୍ରୀଡ଼ା ସଂସଦ କର୍ମକର୍ତା, କ୍ରୀଡ଼ା ପ୍ରେମୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ