କାର୍ତିକବ୍ରତର ଉପାଦେୟତା ପାରମ୍ପରିକ ଓ ବୈଜ୍ଞାନିକ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ବିଛାସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି। ଇଂ. ଅଭୟ ସୁତାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବୟୋଜ୍ୟେଷ୍ଠା କବୀ ଦମୟନ୍ତୀ ନାଥ ଉଦଘାଟନ କରିଥିଲେ। କବୟିତ୍ରୀ ମାନସୀ ସୁତାରଙ୍କ ସ୍ୱହସ୍ତ
MATRUBHASA PARISHAD SANKRANTI ASARA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ବିଛାସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି। ଇଂ. ଅଭୟ ସୁତାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବୟୋଜ୍ୟେଷ୍ଠା କବୀ ଦମୟନ୍ତୀ ନାଥ ଉଦଘାଟନ କରିଥିଲେ। କବୟିତ୍ରୀ ମାନସୀ ସୁତାରଙ୍କ ସ୍ୱହସ୍ତ ଲିଖିତ ପୁସ୍ତକ ନିର୍ମାଲ୍ୟ 'ଉନ୍ମୋଚିତ ହୋଇଯାଇଛି। ମମତାରାଣୀ ଦାଶମିଶ୍ର ପୁସ୍ତକଟିକୁ ସୁନ୍ଦରଭାବେ ସମୀକ୍ଷା କରିଥିଲେ।କାର୍ତିକବ୍ରତର ପାରମ୍ପରିକ ଓ ବୈଜ୍ଞାନିକ ଅନୁଶୀଳନ,'ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟଅତିଥି ପ୍ରାକ୍ତନ ଯୁଗ୍ମ କୃଷିନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାୟ,ସମ୍ମାନନୀୟଅତିଥି ଶିକ୍ଷାବିତ ହେମନ୍ତ କୁମାର ସୂତାର, ଅତିଥି ନାଟ୍ୟଶ୍ରୀ ନିର୍ମଳ ରାଉତ, ପ୍ରଫେସର ଅଟଳବିହାରୀ ନାୟକ, ଅଧ୍ୟକ୍ଷ ନୀହାର ରଞ୍ଜନ କର, ବେଷ୍ଟ ଇଂଜିନିୟରିଙ୍ଗର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ଶିକ୍ଷାବିତ ଲକ୍ଷ୍ମଣ କୁମାର ମହାନ୍ତି ପ୍ରମୁଖ କାର୍ତିକବ୍ରତର ସମାଜ ଓ ପରିବେଶ ଉପରେ ଉପଦେୟତା ଅନେକ। କାର୍ତିକମାସରେ ଆମିଷ ଭକ୍ଷଣ ନିଷେଧ, କାରଣ ଉକ୍ତ ମାସରେ ମାଛମାନଙ୍କୁ ତଥା ଅନ୍ୟ ଜୀବମାନଙ୍କୁ ରୋଗ ଆକ୍ରାନ୍ତ କରିଥାଏ କାରଣ ବର୍ଷାଦିନ ଚାଲିଯାଇଥାଏ ଓ ଶୀତଦିନ ଆସୁଥାଏ, ତେଣୁ ପ୍ରାୟତଃ ଜୀବାଣୁ ସମ୍ବନ୍ଧୀୟ ବା ଭାଇରାଲ ରୋଗ ହୋଇଥାଏ। ଏଣୁ କାର୍ତିକବ୍ରତ ପାରମ୍ପରିକ ହେଲେ ମଧ୍ୟ ବିଜ୍ଞାନ ସମ୍ବନ୍ଧିୟ ବୋଲି ମତପୋଷଣ କରିଥିଲେ। ଶିକ୍ଷାବିତ ସରୋଜ କୁମାର ଓଝା ଓ ସାବିତ୍ରୀ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଶିକ୍ଷାବିତ ଜଗନ୍ନାଥ ନାୟକ, ବୈକୁଣ୍ଠନାଥ ଓଝା, ସରୋଜିନୀ ନାୟକ, ମୁକୁନ୍ଦଦେବ ନାୟକ, ଅଧିବକ୍ତା ରାଖାଲ ଚନ୍ଦ୍ର ସ୍ୱାଇଁ, ସପନ କୁମାର ଦାସ, ଅଂଶୁମାନ ସ୍ୱାଇଁ, ରମାକାନ୍ତ ନାଥ,, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଅସୀମ କୁମାର ଗୋସ୍ୱାମୀ, ଉମେଶ ଚନ୍ଦ୍ର ମହାପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ନାରାୟଣ ଚନ୍ଦ୍ର ପାଢ଼ୀ, ଦିଲିପ କୁମାର ନାୟକ, ନରେଶ ଚନ୍ଦ୍ର ଲେଙ୍କା, ସନ୍ତୋଷ କୁମାର ମିଶ୍ର, ଶେଖର ଅବଦୁଲ ଦୟାନ, ମୁସ୍ତାକ ଗହ୍ୱର,ଓମପ୍ରକାଶ ଓଝା, ମୁକ୍ତିକାନ୍ତ ଓଝା, ମଧୁସୂଦନ ମହାପାତ୍ର, ସ୍ୱାଗତିକା ବଳ, ସୂଦୀପ୍ତା ରାଉତ, ପୂଜା ରାଉତ, ସଂଯୁକ୍ତା ବଳନାୟକ, ଅଜୟ କୁମାର କର, ମନୋରମ ରାୟ, ଜାନକୀ ପାଢ଼ୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ମଂଚ ଆହ୍ୱାନ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ବେଦପାଠ ଓ ସମ୍ପାଦକୀୟ ପାଠ ଡାକ୍ତର ଅନିଲ କୁମାର ଦାଶ, ଭଜନ ପରିବେଷଣ ମୀନତି ବାରିକ ଅତିଥି ପରିଚୟ ସଂଗୀତ ନାଟକ ଆକାଡେମୀ ପୁରସ୍କାରପ୍ରାପ୍ତ ଗୌରାଙ୍ଗ ଚନ୍ଦ୍ର ବାରିକ ଓ ଶେଷରେ ଅଧ୍ୟାପକ ମାଧବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande