ଉତ୍କଳ ପ୍ରୀତି ଓ ଭାରତ ସମ୍ପ୍ରିତି ଥିଲା ଭଦ୍ରକର ସଂଗ୍ରାମୀ କବିମାନଙ୍କ ଜାତୀୟତାର ଏକ ସମନ୍ୱିତ ସ୍ୱର, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ପାଠାଗାରର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଉତ୍କଳ ପ୍ରୀତି ଓ ଭାରତ ସମ୍ପ୍ରିତି ଥିଲା ଭଦ୍ରକର ସଂଗ୍ରାମୀ କବିମାନଙ୍କ ଜାତୀୟତାର ଏକ ସମନ୍ୱିତ ସ୍ୱର। ସେମାନଙ୍କ ମଧ୍ୟରେ ବାଞ୍ଛାନିଧି ମହାନ୍ତି ଥିଲେ ସଂଗ୍ରାମର ଏକ ଅଗ୍ନିବର୍ଷୀ ପ୍ରତିଭା। ଭଦ୍ରକର ଭୌଗୋଳିକ ସୀମା ବାହାରେ ସେ ଅନେକ ବାଞ୍ଛାନିଧି ସୃଷ୍ଟି କରିଯାଇଛ
ODISHA SAHITYA ACADEMY ALACHANA CHAKRA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଉତ୍କଳ ପ୍ରୀତି ଓ ଭାରତ ସମ୍ପ୍ରିତି ଥିଲା ଭଦ୍ରକର ସଂଗ୍ରାମୀ କବିମାନଙ୍କ ଜାତୀୟତାର ଏକ ସମନ୍ୱିତ ସ୍ୱର। ସେମାନଙ୍କ ମଧ୍ୟରେ ବାଞ୍ଛାନିଧି ମହାନ୍ତି ଥିଲେ ସଂଗ୍ରାମର ଏକ ଅଗ୍ନିବର୍ଷୀ ପ୍ରତିଭା। ଭଦ୍ରକର ଭୌଗୋଳିକ ସୀମା ବାହାରେ ସେ ଅନେକ ବାଞ୍ଛାନିଧି ସୃଷ୍ଟି କରିଯାଇଛନ୍ତି ବୋଲି ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ପାଠାଗାରର ମିଳିତ ସହଯୋଗରେ ଅନୁଷ୍ଠିତ ଏକଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବକୁ ଉଦ୍ଘାଟନ କରି ଡ. ବ୍ରଜମୋହନ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି। ଭଦ୍ରକର ବାଇପାସ୍ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସଭାକକ୍ଷରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗୀରଥି ପାଠାଗାରର ସଭାପତି ଲକ୍ଷ୍ମଣ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ “ଭଦ୍ରକରେ ସ୍ୱାଧୀନତା ସଂଗ୍ରାମ : କବି ଓ କବିତା” ଶୀର୍ଷକରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ଶଶଧର ଦାସ ଯୋଗଦେଇ ଆଂଚଳିକ ଜାତୀୟତାବୋଧ ସହ ମହାଭାରତୀୟ ଜାତୀୟ ଚେତନା ଭଦ୍ରକର କବିମାନଙ୍କୁ ଉଦ୍ବୁଦ୍ଧ କରିଥିଲା ବୋଲି କହିଥିଲେ। ଏବଂ ଏହି ଉଭୟ ଚେତନାର ଅଗ୍ରଭାଗରେ ମହାତ୍ମା ଗାନ୍ଧି ଓ ପଣ୍ଡିତ ଗୋପବନ୍ଧୁ ଦାଶ ଥିଲେ ବୋଲି କହିବା ସହ ହରେକୃଷ୍ଣ ମହତାବ ସ୍ୱାଧୀନତା ସଂଗ୍ରାମର ପରମଯୋଦ୍ଧା ଓ ଜଣେ ସଂଗ୍ରାମୀ କବି ଭାବେ ପରାଧୀନତାର ଭାରତ ବର୍ଷର ଇତିହାସରେ ଯେଉଁ ସ୍ୱର୍ଣ୍ଣାଭ ସ୍ୱାକ୍ଷର ଛାଡିଯାଇଛନ୍ତି, ତାହା ଆଜିର ଯୁବପିଢିଙ୍କୁ ଉଦ୍ବୁଦ୍ଧ କରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ତଥା ଓଡ଼ିଶା ଇତିହାସ କଂଗ୍ରେସର ପ୍ରାକ୍ତନ ସଭାପତି ଡ. ରାଇମୋହନ ମହାପାତ୍ର ଯୋଗଦେଇ ଭାରତର ସଂଗ୍ରାମ ଇତିହାସରେ ଭଦ୍ରକର ବହୁ କବିଙ୍କର କବିତା ଜାତୀୟ ଚେତନା ସୃଷ୍ଟି କରିଥିଲା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ତ୍ୟାଗଭୂମିର ଆବାହକ ଅଜୟ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଇଂ ଅଭୟ ସୂତାର ଓ ପୂର୍ଣ୍ଣଚନ୍ଦ୍ର ବହଳି, ଭାଗୀରଥି ପାଠାଗାରର ସହ ସଂପାଦକ ପ୍ରଦ୍ୟୋତନ ସୁଆର, ବିଶିଷ୍ଟ ସାହିତ୍ୟିକ ଡାକ୍ତର ଦୁର୍ଯ୍ୟୋଧନ ଦାସ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande