ତିନି ଶିଶୁଙ୍କୁ ପୋଷ୍ୟଗ୍ରାହୀ ଦମ୍ପତିଙ୍କୁ ହସ୍ତାନ୍ତର, ପୋଷ୍ୟସନ୍ତାନ ଗ୍ରହଣ ଶିଶୁଙ୍କ ଜୀବନରେ ଶୁଭାରମ୍ଭ ଆଣେ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକ ସୋମେଶ କୁମାର ଉପାଧ୍ୟାୟଙ୍କ ଆଦେଶ କ୍ରମେ ଭଦ୍ରକ ପୁରୁଣା ମେଡିକାଲ ପରିସର ସ୍ଥିତ ସ୍ୱତନ୍ତ୍ରୀକୃତ ପୋଷ୍ୟସନ୍ତାନ ଗ୍ରହଣ ସଂସ୍ଥା, ଉତ୍କଳ ବାଳାଶ୍ରମରେ ରହୁଥିବା ତିନି ଜଣ ଶିଶୁଙ୍କୁ ସେମାନଙ୍କର ସମ୍ପୃକ୍ତ ପୋଷ୍ୟଗ୍ର
THREE CHILD POUSYA GRAHANA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକ ସୋମେଶ କୁମାର ଉପାଧ୍ୟାୟଙ୍କ ଆଦେଶ କ୍ରମେ ଭଦ୍ରକ ପୁରୁଣା ମେଡିକାଲ ପରିସର ସ୍ଥିତ ସ୍ୱତନ୍ତ୍ରୀକୃତ ପୋଷ୍ୟସନ୍ତାନ ଗ୍ରହଣ ସଂସ୍ଥା, ଉତ୍କଳ ବାଳାଶ୍ରମରେ ରହୁଥିବା ତିନି ଜଣ ଶିଶୁଙ୍କୁ ସେମାନଙ୍କର ସମ୍ପୃକ୍ତ ପୋଷ୍ୟଗ୍ରାହୀ ଦମ୍ପତିଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଚୂଡ଼ାନ୍ତ ଆଇନଗତ ପ୍ରକ୍ରିୟା ଓ ସମସ୍ତ ଆବଶ୍ୟକୀୟ ଔପଚାରିକତା ସମ୍ପନ୍ନ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଭଦ୍ରକର ସହଯୋଗରେ ଏହି ହସ୍ତାନ୍ତର କାର୍ଯ୍ୟ ଶେଷ ହୋଇଥିଲା। ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ମାଧ୍ୟମରେ ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ଥିବା ଶିଶୁମାନଙ୍କୁ ଏକ ସ୍ନେହ, ମମତା ଓ ସୁରକ୍ଷାପୂର୍ଣ୍ଣ ପାରିବାରିକ ପରିବେଶ ମିଳିବା ସହ ସେମାନଙ୍କର ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଠନର ସୁଯୋଗ ସୃଷ୍ଟି ହୋଇଥାଏ। ଏହା ଶିଶୁମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି ଅଣ-ଆନୁଷ୍ଠାନିକ ସୁରକ୍ଷା ଅଧିକାରିଣୀ ସ୍ୱାଗତିକା ବାରିକ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସମସ୍ତ ପୋଷ୍ୟ ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁଖମୟ ଜୀବନ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande