
ସୁବର୍ଣ୍ଣପୁର, ୧୯ ନଭେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଜନଗଣନା ୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହା ତିନି ଦିନ ଧରି ତା’ ୧୮।୧୧।୨୦୨୬ରୁ ୨୦।୧୧।୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ସମସ୍ତ ଚାର୍ଜରୁ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକ ତାଲିମ୍ ଗ୍ରହଣ କରିବେ। ଡ. ସୋମ୍ୟାରୁପା ରଥ, ଉପଜିଲ୍ଲାପାଳ, ସୋନପୁର ଓ ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ, ତହସିଲଦାର, ବୀରମହାରାଜପୁର ଏହି ତାଲିମ୍ କାର୍ଯ୍ୟକ୍ରମରେ ମାଷ୍ଟର୍ ଟ୍ରେନର ଭାବେ ତାଲିମ୍ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଦେବାଶିଷ ସିଂହ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅନିରୁଦ୍ଧ ପ୍ରଧାନ, ସୁବର୍ଣ୍ଣପୁର, ସହକାରୀ ଜିଲ୍ଲାପାଳ, ଜନଗଣନା ଶାଖା, ସୁବର୍ଣ୍ଣପୁର ଶ୍ରୀ ଆଜାଦ୍ କୁମାର ସାହୁ, ଜନଗଣାନା ନିର୍ଦେଶାଳୟରୁ ନିଯୁକ୍ତ ଜିଲ୍ଲା କୋ ଅଡିନେଟର୍, ଶ୍ରୀ ଶିଭମ ଜୟସ୍ୱାଲ, ଶ୍ରୀ ଆକାଶ ସାହୁ, ସମସ୍ତ ଚାର୍ଜ ଅଫିସର, ଫିଲ୍ଡ ଟ୍ରେନର ଉପସ୍ଥିତ ଥିଲେ। ଏଥିରେ ଫିଲ୍ଡ ଟ୍ରେନରମାନଙ୍କୁ ସୁପରଭାଇଜର୍ମାନଙ୍କୁ କିପରି କାର୍ଯ୍ୟ କରିବାକୁ ହେବ, ତାଲିମ୍ ଦିଆଯିବ, ସେ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ