ବାତ୍ୟା ଆକ୍ ଭାନ୍ ପରିପ୍ରେକ୍ଷୀରେ ଚିଲିକା ହ୍ରଦରେ ନୌକା ଚଳାଚଳ ଓ ପର୍ଯ୍ୟଟନ କାର୍ଯ୍ୟକଳାପ ବନ୍ଦ
ଖୋର୍ଦ୍ଧା, ୧୯ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଆକଭାନକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ସୁରକ୍ଷା ଓ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତା ୧୯ ତାରିଖ ଠାରୁ ୨୧ ତରିଖ ପଯ୍ୟନ୍ତ ସମସ୍ତ ବାଣିଜ୍ୟିକ ବୋଟର ଅନ୍ତର୍ଦେଶୀୟ ଜଳପଥ ଚଳାଚଳ ବନ୍ଦ ରଖିବାକୁ ବାଲୁଗାଁ, ଖୋ
Boat


ଖୋର୍ଦ୍ଧା, ୧୯ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଆକଭାନକୁ ଦୃଷ୍ଟିରେ ରଖି ଜନ ସାଧାରଣଙ୍କ ସୁରକ୍ଷା ଓ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତା ୧୯ ତାରିଖ ଠାରୁ ୨୧ ତରିଖ ପଯ୍ୟନ୍ତ ସମସ୍ତ ବାଣିଜ୍ୟିକ ବୋଟର ଅନ୍ତର୍ଦେଶୀୟ ଜଳପଥ ଚଳାଚଳ ବନ୍ଦ ରଖିବାକୁ ବାଲୁଗାଁ, ଖୋର୍ଦ୍ଧା,ଏସ ଡି ଓ, ଆଇ ଡବ୍ଲୁ ଟି ଏବଂ ବନଖଣ୍ଡ ଅଧିକାରୀ,ବି ଏବଂ ଟି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅପର ପକ୍ଷେ ବୋଟ ଚଳାଚଳ କୁ ବନ୍ଦ ରଖିବାକୁ ପର୍ଯ୍ୟଟନ ଓ ମନୋରଞ୍ଜନ ମୂଳକ କାର୍ଯ୍ୟକଳାପ ଉପରେ ବନ୍ଦର ଏବଂ ଅନ୍ତର୍ଦେଶୀୟ ଜଳପଥ ପରିବହନ, ଯାନ୍ତ୍ରିକ ଉପ ବିଭାଜନ ବାଲୁଗାଁ କାଳିଜାଇ ମୋଟର ବୋଟ ସଂଘ, ବାଲୁଗାଁ, ମା କାଳିଜାଇ ମୋଟର ବୋଟ ଶ୍ରମିକ ସଂଘ, ବରକୂଳ, ମା କାଳିଜାଇ ମୋଟର ଡଙ୍ଗା ମାଲିକ ସଂଘ, ବରକୂଳ, ମଙ୍ଗଳାଯୋଡ଼ି ଇକୋ ଟୁରିଜିମ, ଶ୍ରୀ ଶ୍ରୀ ମହାବୀର ପକ୍ଷୀ ସୁରକ୍ଷା ସମିତି, ମଙ୍ଗଳାଯୋଡି ଏବଂ ମଙ୍ଗଳା ଯୋଡ଼ି କଞ୍ଜରବେସନ ଟୁରିଜିମ ଟ୍ରଷ୍ଟ , ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ବରକୁଳକୁ ସମସ୍ତ ନୌକାର ଚଳାଚଳକୁ ୧୮ତାରିଖ ଠାରୁ ୨୧ତାରିଖ ପଯ୍ୟନ୍ତ ବନ୍ଦ୍ ରଖିବା ସହ ଚିଲିକା ହ୍ରଦରେ କୌଣସି ପ୍ରକାରର ପର୍ଯ୍ୟଟନ, ମନୋରଞ୍ଜନ ମୂଳକ କିମ୍ବା ଅନ୍ୟାନ୍ୟ ନୌବିହାର କାର୍ଯ୍ୟକଳାପ ନ କରିବା ପାଇଁ ସମସ୍ତ ସଦସ୍ୟ ନୌକା ମାଲିକ ଓ ଚାଳକ ମାନଙ୍କୁ ତୁରନ୍ତ ଅବଗତ କରାଇବା ସହ ନିୟମ ଉଲଙ୍ଘନ କାରିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande