
ଘଟଗାଁ , ୧୯ ନଭେମ୍ବର (ହି.ସ.) - ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା ଓ ଅରାଜକତାର ଅବସାନ ଲକ୍ଷ୍ୟ ନେଇ ‘ଗଣତନ୍ତ୍ର ବଂଚାଓ, ଅରାଜକତା ହଟାଓ’ ଅଭିଯାନ ପରିପ୍ରେକ୍ଷୀରେ ଘଟଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ଘସିପୁରା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରୁଥିବା ବିଦେଶୀ ଶକ୍ତିମାନଙ୍କୁ କଡ଼ା ସମାଲୋଚନା କରିଥିଲେ। ଦେଶରେ ନିରନ୍ତର ବିକାଶର ଧାରା ତ୍ୱରାନ୍ୱିତ ହେଉଥିବା ବେଳେ ଭାରତ ଆଗାମୀ ଦିନରେ ବିଶ୍ୱଗୁରୁ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ବିଜେପି ସମ୍ପାଦିକା ଯଶୋସିନୀ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଘସିପୁରା ନିର୍ବାଚନମଣ୍ଡଳୀର ବିଜେପି ନେତା ଡ. ଶମ୍ଭୁନାଥ ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମ୍ପର୍କରେ ନିଜର ମତ ରଖିଥିଲେ। ସେହିପରି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଦୋଳଗୋବିନ୍ଦ ପଣ୍ଡା ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଚକ୍ରଧର ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ମୌଳିକ ଆଦର୍ଶ, ନାଗରିକଙ୍କ ଦାୟିତ୍ୱ ଓ ସାମାଜିକ ବ୍ୟବସ୍ଥାରେ ଶୃଙ୍ଖଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଜିଲ୍ଲା ବିଜେପି ସମ୍ପାଦିକା ଅନ୍ନପୂର୍ଣ୍ଣା ଦେହୁରୀ, ବିଜେପି ନେତା ରାଜେନ୍ଦ୍ର ପଟ୍ଟନାୟକ, ଜଗବନ୍ଧୁ ସା, ମକରଧ୍ୱଜ ବେହେରା, ଉପେନ୍ଦ୍ର କୁମାର ଦାଶ, ଅନନ୍ତ ସାହୁ, ଭଜନା ସେଠୀ, ବିଷ୍ଣୁପ୍ରସାଦ ବେହେରା, ମନୋରଞ୍ଜନ ମହାନ୍ତି, ଦୟାନିଧି ବାରିକ, ରାମଚନ୍ଦ୍ରପୁର ମଣ୍ଡଳ ସଭାପତି ଅଜୟ ବାରିକ, ଢେଙ୍କିକୋଟ ମଣ୍ଡଳ ସଭାପତି ରଞ୍ଜିତ ନାୟକ, ଘସିପୁରା ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର, ପୁଷ୍ପଲତା ମହାନ୍ତି, ରାମଚନ୍ଦ୍ର ମହାନ୍ତ ଓ ନରହରି ମହାନ୍ତଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ