

ସମ୍ବଲପୁର, ୧୯, ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲାରେ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣକୁ ରୋକିବା ଏବଂ ଅସୁରକ୍ଷିତ ଶିଶୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଜି ଆଇନଗତ ଏବଂ ସମ୍ପର୍କୀୟ ପୋଷ୍ୟ ସନ୍ତାନ ଗ୍ରହଣର ସଚେତନତା ଓ ପ୍ରୋତ୍ସାହନ ନିମନ୍ତେ ଏକ ବ୍ୟାପକ ତାଲିମ କାର?୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟ ସ୍ଥିତ ଏସ୍ଏସ୍ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର?୍ୟ୍ୟକ୍ରମରେ ଜିଲ୍ଲାର କୋଣଅନୁକୋଣରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ସଚେତନତା ପହଞ୍ଚାଇବା ଏବଂ ତୃଣମୂଳ ସ୍ତରରେ ସତର୍କତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲ । ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପ୍ରଦୀପ ପ୍ରଜ୍ୱଳନ କରି କାର?୍ୟ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି ସମୟରେ ସମ୍ବଲପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଟ୍ଟନାୟକ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସରୋଜା ବେହେରା ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ତାଙ୍କର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରି ଶିଶୁ ଅଧିକାରର ସୁରକ୍ଷା ଏବଂ ଅନଧିକୃତ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳରୁ ଆରମ୍ଭ କରି ସମ୍ବଲପୁରର ଦୁର୍ଗମ ଗ୍ରାମାଞ୍ଚଳ ପର?୍ୟ୍ୟନ୍ତ ଏହି ସଚେତନତାର ପ୍ରସାର ନିଶ୍ଚିତ କରିବା ପାଇଁ ଏହି ତାଲିମ କାର?୍ୟ୍ୟକ୍ରମରେ ତୃଣମୂଳ ସ୍ତରର ବିଭିନ୍ନ ଅଧିକାରୀ ଓ ପ୍ରତିନିଧିମାନଙ୍କୁ ସାମିଲ କରାଯାଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ଏବଂ ଶକ୍ତି ସଦନର ପ୍ରତିନିଧିଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଆଇସିଡିଏସ୍ ସୁପରଭାଇଜର ମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଏବଂ ଶିଶୁ କଲ୍ୟାଣ କର୍ମୀମାନଙ୍କୁ ଅଦ୍ୟତନ ଆଇନଗତ ଜ୍ଞାନ ପ୍ରଦାନ କରି ତୃଣମୂଳ ସ୍ତରରେ ଏକ ସୁଦୃଢ଼ ନିରୀକ୍ଷଣ ଏବଂ ସହାୟତା ବ୍ୟବସ୍ଥା ଗଠନ କରିବା ଜିଲ୍ଲା ପ୍ରଶାସନର ଲକ୍ଷ୍ୟ ରହିଛି। ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଅସୁରକ୍ଷିତ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର?୍ୟ୍ୟ କରିଥିବା ବିଭିନ୍ନ ଅଧିକାରୀ ଓ ଅନୁଷ୍ଠାନର ମୁଖ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ଡା. ଶାନ୍ତନୁ ମହାପାତ୍ର, ଅଧୀକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦେବେଇପାଲି, ରୁନି ପଟ୍ଟନାୟକ, ପିଏଚ୍ଇଓ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦେବେଇପାଲି, ମିନତି ପାଣିଗ୍ରାହୀ, ସିଡିପିଓ, ସହରାଞ୍ଚଳ, ଆରତୀ ସିଂହ, ସିଡିପିଓ, ଧନକଉଡ଼ା, ମମତା ପଟେଲ, ସିଡିପିଓ, ଜମନକିରା, ମୌସୁମୀ ଦୋରା, କେନ୍ଦ୍ର ପ୍ରଭାରୀ, ସଖୀ, ଏବଂ ପ୍ରତୀଚୀ ମହାନ୍ତି, ଅଧୀକ୍ଷକ, ଶକ୍ତି ସଦନ, ଧନକଉଡ଼ା। ସମ୍ବର୍ଦ୍ଧନା ଉତ୍ସବ ପରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣର ରୂପରେଖ, 'ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା-୨୦୨୨ର ମାର୍ଗଦର୍ଶିକା ଏବଂ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣକୁ ରୋକିବା ପାଇଁ ଠୋସ୍ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକଙ୍କ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ