ଆକବନ ବାତ୍ୟା ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି
ଆକବନ ବାତ୍ୟା ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି ଶୂନ୍ୟ ମୃତାହତ ଲକ୍ଷ୍ୟ, ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଜାରି ହୋର୍ଡିଙ୍ଗ ହଟାଇବା ଓ ହାଇମାଷ୍ଟ ଲାଇଟ ତଳକୁ କରିବା ଉପରେ ଗୁରୁତ୍ୱ ଗଞ୍ଜାମ ୧୯ନଭେମ୍ବର(ହିସ) ଆକବନ ବାତ୍ୟା ଓ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦ
Wrtyuii


ଆକବନ ବାତ୍ୟା ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି

ଶୂନ୍ୟ ମୃତାହତ ଲକ୍ଷ୍ୟ, ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଜାରି

ହୋର୍ଡିଙ୍ଗ ହଟାଇବା ଓ ହାଇମାଷ୍ଟ ଲାଇଟ ତଳକୁ କରିବା ଉପରେ ଗୁରୁତ୍ୱ

ଗଞ୍ଜାମ ୧୯ନଭେମ୍ବର(ହିସ) ଆକବନ ବାତ୍ୟା ଓ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମରେ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇ କଚ୍ଚାଘର ଏବଂ ସହରତଳି ଅଞ୍ଚଳରେ ରହୁଥିବା ଲୋକଙ୍କର ସ୍ଥାନାନ୍ତରଣ ଆରମ୍ଭ ହୋଇସାରିଛି। ଡୁଡୁମା କଲୋନୀ ଅଞ୍ଚଳରେ ଋଷିକୂଲ୍ୟା କେନାଲ ଓ ଆଡି ଅବରୋଧ କରି ଜବରଦଖଲ ନିର୍ମିତ କଚ୍ଚାଘରଗୁଡିକରୁ ବଡ ବଜାର ଥାନା ପୋଲିସ ଉପସ୍ଥିତିରେ ଲୋକଙ୍କୁ ବିନାୟକ ଆଚାର୍ଯ୍ୟ ସ୍କୁଲ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆଶ୍ରୟସ୍ଥଳୀଗୁଡିକୁ ସ୍ଥାନାନ୍ତର ଜାରି ରହିଛି। ମୋଟ 24ଟି ଅସ୍ଥାୟୀ ଆଶ୍ରୟସ୍ଥଳୀର ସୁପରିଚାଳନା ପାଇଁ ତିନୋଟି ସିଫ୍ଟରେ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ହୋଇଥିବା ବେଳେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବଳ ବେଗରେ ପବନ ବହି ବିଜ୍ଞାପନ ହୋର୍ଡିଂ ଭାଙ୍ଗି ଧନଜୀବନ ହାନିର ଆଶଙ୍କା ଥିବାରୁ ସମସ୍ତ ହୋର୍ଡିଂ ହଟାଇବାକୁ ନିଗମ ସହ ଅନୁବନ୍ଧିତ ବିଭିନ୍ନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯଇଛି। ହୋର୍ଡିଂ ହଟାଇବାରେ ଅବହେଳା କଲେ ସେମାନଙ୍କୁ ଫୌଜଦାରୀ ମାମଲା ପରିସରଭୁକ୍ତ କରାଯିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ହାଇମାଷ୍ଟ ଲାଇଟକୁ ତଳକୁ କରିଦିଆଯାଇଛି।

ଅତ୍ୟଧିକ ଜଳପ୍ରବାହକୁ ରୋକିବା ଏବଂ ଜମିରହୁଥିବା ଜଳ ନିଷ୍କାସନ କରାଯିବା ପାଇଁ ସିଟି ଇଞ୍ଜିନିୟର ଶ୍ରୀ ବିକାଶ ଚନ୍ଦ୍ର ପାଢୀଙ୍କ ନେତୃତ୍ୱରେ ଫାଷ୍ଟ ଗେଟ, ନିଗମ ନଗର ସପ୍ତମ ଲେନ, ଲାଞ୍ଜିପଲ୍ଲୀ ରାମନଗର ଆଦି ଅଞ୍ଚଳରେ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଜଳବନ୍ଦୀପ୍ରବଣ ଅଞ୍ଚଳରେ ନାଳଗୁଡିକର ଆବର୍ଜନା ସଫେଇ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଚାଲିଛି। ସେହି କ୍ରମରେ ଆଜି ଚନ୍ଦନ ଗନର, ବ୍ରହ୍ମାପଲ୍ଲୀ, କର୍ପୋରେସନ ରୋଡ, ଆସ୍କା ରୋଡ ମୁଖ୍ୟ ଡ୍ରେନ, ତଳମେଣ୍ଟୁ ଛକ, ଲାଠି ରୋଡ, ଧର୍ମ ନଗର, ବାସୁଦେବ ନଗର, ଗଜପତି ନଗର, ଅଶୋକ ନଗର ଅଷ୍ଟମ ଲେନ୍, ରାଜୀବ ନଗର, ସିଦ୍ଧାର୍ଥ ନଗର, ଗୋଲା ଗାଁ, ଖାଜା ସାହି, ଜଳେଶ୍ୱର ବିହାର ଆଦି ଅଞ୍ଚଳରେ ନାଳ ସଫେଇ କାମ ହାତକୁ ନିଆଯାଇଥିଲା। ମଶା ନିୟନ୍ତ୍ରଣ ପାଇଁ କୋର୍ଟପେଟା,ଗୋଇଲୁଣ୍ଡି, ଶାନ୍ତିନଗର ଅଞ୍ଚଳରେ ବୁଧବାର ଦିନ ଫଗିଂ କାର୍ଯ୍ୟ ମଧ୍ୟ ଜାରି ରହିଥିଲା।

ଗୋଟିଏ ଏନଡିଆରଏଫ ଏବଂ ଗୋଟିଏ ଓଡ୍ରାଫ ଟିମ ବ୍ରହ୍ମପୁରରେ ପହଞ୍ଚିଥିବା ବେଳେ ବିପଦସଙ୍କୁଳ ଗଛଗୁଡିକୁ କାଟିବା ଆରମ୍ଭ ହୋଇଯାଇଛି।

ଡାକବାଜି ଯନ୍ତ୍ର ଜରିଆରେ ନିଗମବାସୀଙ୍କୁ ଦିନ ତମାମ ବାତ୍ୟା ଓ ବର୍ଷା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଥିବା ବେଳେ ଗୁଜବରେ ବିଶ୍ୱାସ ନକରିବାକୁ ଏବଂ ଅଯଥା ଆତଙ୍କିତ ନହେବାକୁ କମିଶନର ସହରବାସୀଙ୍କୁ ନିବେଦନ କରିଛନ୍ତି।

ଅପରପକ୍ଷରେ ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ପରିବାରଙ୍କୁ ରିଲିଫ ଚାଉଳ ବଣ୍ଟନ ଚାଲୁ ରହିଛି। ବୁଧବାର ସୁଦ୍ଧା ସମୁଦାୟ 16699 ରାସନକାର୍ଡଧାରୀଙ୍କୁ କାର୍ଡ ପିଛା 50କିଲୋ ଚାଉଳ ବଣ୍ଟନ ସରିଛି। ପରିବାର ପିଛା 2500ଟଙ୍କା ସହାୟତା ରାଶି ପ୍ରଦାନ ପୂର୍ବରୁ ଅଙ୍ଗନୱାଡି କର୍ମୀ ,ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କ ଦ୍ୱାରା ଘରକୁ ଘର ସର୍ଭେ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande