
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା “ଆକଭାନ”କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ବାତ୍ୟା ନିମନ୍ତେ ପର୍ଯ୍ୟବେକ୍ଷକ କେ ସୁଦର୍ଶନ ଚକ୍ରବର୍ତୀ ଆଜି ଭଦ୍ରକ ଜିଲ୍ଲା ରେ ପହଂଚି ଜିଲ୍ଲା କେଂଟ୍ରାଲ ରୁମ୍ରେ ବାତ୍ୟା ପରିସ୍ଥିତିର ତଦାରଖ କରିଛନ୍ତି। ଏହି ସମୟରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ୱ), ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ (ସାଧାରଣ) ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। କେଂଟ୍ରାଲ ରୁମ୍ରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ସେ ସ୍ଥାନାନ୍ତରଣ, ରିଲିଫ୍, ଔଷଧ, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ପାଣି ଟ୍ୟାଙ୍କ, ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ପାଣିପାଗ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାର ସମସ୍ତ ବ୍ଲକ୍ରୁ ଆସୁଥିବା ରିପୋର୍ଟ ବିଷୟରେ ପଚାରି ବୁଝିଥିଲେ ଓ କେଂଟ୍ରାଲ ରୁମ୍ର ପରିଚାଳନା ବିଷୟରେ ତଦାରଖ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ