ବିହାରରେ ଦୂରସଂଚାର କ୍ଷେତ୍ରର ବିକାଶ ନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ
ପାଟନା, ୧୯ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଯୋଗାଯୋଗ ଏବଂ ଉତର-ପୂର୍ବାଂଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଲୋକସେବକ ଆବାସସ୍ଥିତ ‘ସଂକଳ୍ପ’ ସଭାଗୃହରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ
मुख्यमंत्री से मुलाकात के दौरान केंद्रीय मंत्री ज्योतिरादित्य सिंधिया


ପାଟନା, ୧୯ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଯୋଗାଯୋଗ ଏବଂ ଉତର-ପୂର୍ବାଂଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଲୋକସେବକ ଆବାସସ୍ଥିତ ‘ସଂକଳ୍ପ’ ସଭାଗୃହରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ସାକ୍ଷାତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବିହାରରେ ଦୂରସଂଚାର କ୍ଷେତ୍ରର ବିକାଶ, ଆଧୁନିକ ଯୋଗାଯୋଗ ସୁବିଧାର ସମ୍ପ୍ରସାରଣ ଏବଂ ଏହି କ୍ଷେତ୍ରରେ ରାଜ୍ୟର ସମ୍ଭାବନାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ବିହାରରେ ଦୂରସଂଚାର ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ଏବଂ ଯୋଗାଯୋଗ ସେବାର ସମ୍ପ୍ରସାରଣ ମାଧ୍ୟମରେ ବିକାଶର ନୂତନ ସମ୍ଭାବନାକୁ ଗତି ଦେବା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମଧ୍ୟ ବିଚାରବିମର୍ଶ ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଏବଂ ସ୍ମୃତିଚିହ୍ନ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସାକ୍ଷାତ ସମୟରେ ବିଜେପିର ରାଜ୍ୟ ସଭାପତି ସଞ୍ଜୟ ସରାୱଗୀ ମଧ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande