
କେନ୍ଦୁଝର, ୧୯ ନଭେମ୍ବର (ହି.ସ.) - ୧୮ତମ ଜାତୀୟ ଫାର୍ମାସି ସପ୍ତାହ-୨୦୨୧ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ଭିତିକ କେନ୍ଦୁଝର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ରାଲି ଆୟୋଜିତ ହୋଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ ହୋଇଥିବା ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କେନ୍ଦୁଝରର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଧନେଶ୍ୱର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ବସନ୍ତ କୁମାର ଦାନୀ, ନିର୍ଦ୍ଦେଶକ ଚୋଡ଼ଗଙ୍ଗଦ ଦେବ ଦାନୀ, ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ବିଶ୍ୱାଳ ଓ ପ୍ରଶାସନିକ ଅଧିକାରୀ ବିଜୟୀ ଭୂଷଣ ସାହୁ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ଅଧ୍ୟାପକ ମିନକେତନ ନାୟକ, ତାରିଣୀକାନ୍ତ ସ୍ୱାଇଁ, ରୋହନ ବେହେରା, ଅଞ୍ଜିତା ଦତ, ମମତା ସେଠୀ, ମନ୍ଦାକିନୀ ମହାନ୍ତ ଓ ଜ୍ୟୋତିପ୍ରିଭା ବାଳାଙ୍କ ସମେତ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।
ରାଲି ମାଧ୍ୟମରେ ସାଧାରଣ ଲୋକଙ୍କୁ ଔଷଧର ସଠିକ୍ ଓ ନିରାପଦ ବ୍ୟବହାର, ଔଷଧ ସେବନ ସମୟରେ ସତର୍କତା ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ସାମାଜିକ ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA