
ଗଞ୍ଜାମ, ୧୯ ନଭେମ୍ଵର (ହି.ସ.)- ବାତ୍ୟା ଅକବାନର ମୁକାଵିଲା ପାଇଁ ଶେରଗଡ ପ୍ରଶାସନ ପୁରା ଦମରେ କାର୍ଯ୍ୟ କରିଚାଲିଛି। ଦୁଇ ଦିନ ହେଲା ବିଡିଓ ତୃପ୍ତିମୟୀ ଜେନା, ସିଡ଼ିପିଓ ମମତାଞ୍ଜଳି ପଣ୍ଡା ଅଞ୍ଚଳ ପରିଦର୍ଶୀକା ଓ ବ୍ଲକ ର ବିଭିନ୍ନ ଅଧିକାରୀ ଓ କର୍ମଚାରୀଗଣଙ୍କ ସହ ବ୍ଲକ ର ସମସ୍ତ ଗ୍ରାମ ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରିଦର୍ଶନ କରି ଲୋକଙ୍କ ଥଇଥାନ ଓ ରନ୍ଧନ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ତଦାରଖ କରୁଛନ୍ତି। ସମସ୍ତ ଗ୍ରାମରେ ଅଙ୍ଗନବାଡି କର୍ମୀ ମାନଙ୍କ ବାତ୍ୟା ମୁକାବିଲାରେ ବେଶ୍ ପ୍ରଶଂନୀୟ କାର୍ଯ୍ୟ ପରିଲକ୍ଷିତ ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ