କଦମପଡ଼ା ଶିଶୁମନ୍ଦିରରେ ଛାତ୍ରଛାତ୍ରୀଙ୍କ ଗଣିତ ହାଟ
ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡ଼ାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ “ଗଣିତ ହାଟ” ବିଦ୍ୟାଳୟ ପରିସର ମଧ୍ୟରେ ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଲିକା ସାହୁ
କଦମପଡା ଶିଶୁମନ୍ଦିରରେ ଛାତ୍ରଛାତ୍ରୀଙ୍କ “ଗଣିତ ହାଟ”


ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡ଼ାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ “ଗଣିତ ହାଟ” ବିଦ୍ୟାଳୟ ପରିସର ମଧ୍ୟରେ ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଲିକା ସାହୁ ଯୋଗ ଦେଇଥିଲେ। ସମବେତ ସଙ୍ଗୀତ ଗାନ ତୃତୀୟରୁ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ପ୍ରଶଂସା କରିଥିବାବେଳେ ସଂଯୋଜନା ଗୁରୁମା ଭାରତୀ ସାହୁ କରିଥିଲେ। ଧନ୍ୟବାଦ ଅର୍ପଣ ସଂପାଦକ ତରଣୀସେନ ପଟେଲ କରିଥିଲେ। ଏହି ଗଣିତ ହାଟ କାର୍ଯ୍ୟକ୍ରମରେ ମୋଟ ୧୧୦ଟି ଉଠା ଦୋକାନ ଆସିଥିଲା। ସେଗୁଡ଼ିକ ମଧ୍ୟରେ ପନିପରିବା, ଫଳମୂଳ, କପଡ଼ା ବସ୍ତ୍ର, ଜଳଖିଆ, ଝାଲମୁଢ଼ି, ଚା’, ବିଭିନ୍ନ ଫୁଲ, ପୂଜା ସାମଗ୍ରୀ, ଷ୍ଟିଲ ବାସନ ଓ ବହି ଦୋକାନ ଆଦି ପ୍ରମୁଖ ରହିଥିଲା। ଏହିପରି ସକାଳ ୮ଘ.୩୦ମି.ରୁ ଦିବା ୧୧ଘ.୩୦ମି. ଯାଏଁ ଛାତ୍ରଛାତ୍ରୀମାନେ କିଣାବିକା କରି ମଉଜ କରିଥିଲେ। ଏହିପରି କାର୍ଯ୍ୟକ୍ରମ ପ୍ରମୁଖ ଗୁରୁଜୀ ପ୍ରଦୀପ ମେର୍ଲୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande