ଇଫିରେ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ର ଷଷ୍ଠ ସଂସ୍କରଣ, ଦେଶର ୧୦୦ ଯୁବ ପ୍ରତିଭାଙ୍କୁ ମିଳିବ ସୁଯୋଗ
ପଣଜୀ, ୧୯ ନଭେମ୍ବର (ହି.ସ.)- ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଦକ୍ଷେପ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ (ସିଏମ୍ଓଟି)ର ଷଷ୍ଠ ସଂସ୍କରଣ ଗୋଆରେ ଆୟୋଜିତ ହେବ। ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ଏହା ଅନୁଷ୍ଠିତ ହ
gjj


ପଣଜୀ, ୧୯ ନଭେମ୍ବର (ହି.ସ.)- ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଦକ୍ଷେପ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ (ସିଏମ୍ଓଟି)ର ଷଷ୍ଠ ସଂସ୍କରଣ ଗୋଆରେ ଆୟୋଜିତ ହେବ। ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ ଏହା ଅନୁଷ୍ଠିତ ହେବ। ଏହି ସଂସ୍କରଣରେ ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ୧୦୦ ଜଣ ଯୁବ ପ୍ରତିଭା ଅଂଶଗ୍ରହଣ କରିବେ।

ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫ୍ଡିସି) ଦ୍ୱାରା ପରିଚାଳିତ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ନିର୍ମାଣ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଉଭା ହେଉଥିବା ଯୁବ ପ୍ରତିଭାମାନଙ୍କୁ ଏକ ସାଧାରଣ ମଂଚ ଯୋଗାଇବା ଏବଂ ସେମାନଙ୍କ ସୃଜନଶୀଳ ଦକ୍ଷତାର ବିକାଶ କରିବା। ଚଳିତ ବର୍ଷର ପ୍ରତିଯୋଗୀମାନଙ୍କ ମଧ୍ୟରେ ନିର୍ଦ୍ଦେଶନା, ଅଭିନୟ, ସିନେମାଟୋଗ୍ରାଫି, ସମ୍ପାଦନା, ପଟକଥା ଲେଖନ, ପ୍ଲେବ୍ୟାକ୍ ଗାୟନ, ସଙ୍ଗୀତ ରଚନା, ସାଉଣ୍ଡ ରେକର୍ଡିଂ, ପୋଷାକ ଡିଜାଇନ୍, କେଶସଜ୍ଜା ଓ ମେକ୍ଅପ୍, କଳା ନିର୍ଦ୍ଦେଶନା, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍ (ଭିଏଫ୍ଏକ୍ସ), ଅଗମେଣ୍ଟେଡ୍ ରିଆଲିଟି (ଏଆର୍), ଭର୍ଚୁଆଲ୍ ରିଆଲିଟି (ଭିଆର୍), ସବ୍ଟାଇଟଲିଂ, ଭଏସ୍ ଓର୍ଭ ଏବଂ ଡବିଂ ଭଳି କ୍ଷେତ୍ରର ଯୁବକଯୁବତୀ ସାମିଲ ହେବେ।

ତିନିଟି ପର୍ଯ୍ୟାୟରେ ହେବ ପ୍ରତିଭା ଚୟନ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ପ୍ରତିଯୋଗୀଙ୍କ ଚୟନ ପ୍ରକ୍ରିୟାରେ ଚଳଚ୍ଚିତ୍ର ଶିକ୍ଷା ଓ ଚଳଚ୍ଚିତ୍ର ଶିଳ୍ପର ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୧୩ ଜଣିଆ ଚୟନ ଜୁରି ଗଠନ କରାଯାଇଛି, ଯେଉଁଥିରେ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍ଟିଆଇଆଇ)ର ଅଧ୍ୟାପକମାନେ ସାମିଲ ଅଛନ୍ତି। ଏହାପରେ ଚଳଚ୍ଚିତ୍ର ଶିଳ୍ପର ଅଭିଜ୍ଞ ପେସାଦାରମାନଙ୍କୁ ନେଇ ଗଠିତ ୧୨ ଜଣିଆ ଗ୍ରାଣ୍ଡ ଜୁରି ପ୍ରତିଯୋଗୀମାନଙ୍କର ଚୂଡ଼ାନ୍ତ ଚୟନ କରିବ। ସେହିପରି ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜ ଓ ଏହାର ପୁରସ୍କାରଗୁଡ଼ିକର ମୂଲ୍ୟାଙ୍କନ ୫ ଜଣିଆ ଗ୍ରେଟ୍ ଗ୍ରାଣ୍ଡ ଜୁରି କରିବ।

୪୮ ଘଂଟା ମଧ୍ୟରେ ନିର୍ମାଣ କରିବାକୁ ପଡ଼ିବ କ୍ଷୁଦ୍ର ଚଳଚ୍ଚିତ୍ର

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ ୪୮ ଘଂଟିଆ ଚଳଚ୍ଚିତ୍ର ନିର୍ମାଣ ଚ୍ୟାଲେଞ୍ଜ। ଏଫ୍ଟିଆଇଆଇ, ପୁଣେ ଏବଂ ଏନ୍ଏଫ୍ଡିସିର ସହଯୋଗରେ ଆୟୋଜିତ ଏହି ଚ୍ୟାଲେଞ୍ଜରେ ବିଭିନ୍ନ କ୍ଷେତ୍ରର ପ୍ରତିଯୋଗୀମାନେ ଏକ ଦଳ ଭାବେ କାମ କରି ସୀମିତ ସମୟ ମଧ୍ୟରେ କ୍ଷୁଦ୍ର ଚଳଚ୍ଚିତ୍ରର ପରିକଳ୍ପନା ଓ ନିର୍ମାଣ କରିବେ। ଏହି ସମୟରେ ସେମାନଙ୍କୁ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଏବଂ ଅନୁଷ୍ଠାନଗତ ସହଯୋଗ ମଧ୍ୟ ମିଳିବ।

ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକର ଇଫିରେ ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବ। ଚଳଚ୍ଚିତ୍ର ଶିଳ୍ପର ପ୍ରତିଷ୍ଠିତ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଜୁରି ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରିବ। ଏହି ଅଭ୍ୟାସ ମାଧ୍ୟମରେ ଯୁବପ୍ରତିଭାମାନେ ଚଳଚ୍ଚିତ୍ର ନିର୍ମାଣର ବାସ୍ତବ ପରିସ୍ଥିତିରେ ଦଳଗତ କାର୍ଯ୍ୟ ଓ ସୃଜନଶୀଳ ସହଯୋଗର ଅନୁଭୂତି ହାସଲ କରିପାରିବେ।

ଚଳଚ୍ଚିତ୍ର ଶିଳ୍ପ ସହ ଯୋଡ଼ି ହେବାର ମଧ୍ୟ ମିଳିବ ସୁଯୋଗ

ସିଏମ୍ଓଟି ଟ୍ୟାଲେଂଚ କ୍ୟାମ୍ପ ଅଧୀନରେ ପ୍ରତିଯୋଗୀମାନେ ପ୍ରଡକ୍ସନ୍ ହାଉସ୍, ଷ୍ଟୁଡିଓ, ମ୍ୟୁଜିକ୍ ଲେବଲ୍, ଓଟିଟି ପ୍ଲାଟଫର୍ମ, ପ୍ରସାରଣ ସଂସ୍ଥା ଏବଂ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ଯୁବ ସୃଷ୍ଟିକର୍ତାମାନେ ନିଜର ମୌଳିକ କାର୍ଯ୍ୟକୁ ଶିଳ୍ପ ଜଗତ ସମ୍ମୁଖରେ ଉପସ୍ଥାପନ କରିପାରିବେ ଏବଂ ନିଯୁକ୍ତି ଓ ବୃତିଗତ ସହଯୋଗର ସମ୍ଭାବନା ଖୋଜିପାରିବେ।

୨୦୨୧ ମସିହାରେ ଆରମ୍ଭ ହେବା ପରଠାରୁ ସିଏମ୍ଓଟି ଉଦୀୟମାନ ସୃଜନଶୀଳ ପ୍ରତିଭା ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ଉଭା ହୋଇଛି। ଏହାର ପୂର୍ବତନ ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ପ୍ରକଳ୍ପ ସହ ଯୋଡ଼ି ହୋଇପାରିଛନ୍ତି ଏବଂ କାନ୍ସ, ବର୍ଲିନେଲ୍, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ଇଂଟରନ୍ୟାସନାଲ୍ ଏମି ଆୱାର୍ଡସ୍ ଭଳି ପ୍ରତିଷ୍ଠିତ ମଂଚରେ ପରିଚୟ ସୃଷ୍ଟି କରିପାରିଛନ୍ତି।

-----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande