କବରାପାଲି ପଂଚାୟତରେ ବିଶ୍ୱ ଶୌଚାଳୟ ଦିବସ ପାଳିତ; ୪ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨ ଲକ୍ଷ ଟଙ୍କାର ଋଣ
କବରାପାଲି ପଞ୍ଚାୟତରେ ବିଶ୍ୱ ଶୌଚାଳୟ ଦିବସ ପାଳିତ; ୪ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨ ଲକ୍ଷ ଟଙ୍କାର ଋଣ

ସମ୍ବଲପୁର, ୧୯ ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ଅନ୍ତର୍ଗତ କବରାପାଲି ପଂଚାୟତ ସ୍ତରରେ ଆଜି ‘ବିଶ୍ୱ ଶୌଚାଳୟ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଏବଂ ଶୌଚାଳୟର ନିୟମିତ ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କବରାପାଲି ପଂଚାୟତର ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ, ଏଡିଓ ଏବଂ ଜୁଜୁମୁରା ବ୍ଲକର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଓ ପରିମଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ପଂଚାୟତ ସ୍ତରୀୟ ମହାସଂଘର ସଭାପତି, ସମ୍ପାଦକ, ସମସ୍ତ ଆସି ସଦସ୍ୟା, ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ରଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଏବଂ ଆଶା କର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଅବସରରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ଏହି ଅର୍ଥକୁ ସ୍ୱଚ୍ଛତା ଏବଂ ପରିମଳ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ବିନିଯୋଗ କରିବା ପାଇଁ ଉପସ୍ଥିତ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande