
ଜୟପୁର, ୧୯ ନଭେମ୍ବର (ହି.ସ.) - କୋରାପୁଟ ଜିଲାରେ ତେଜିଛି ମଦ ବିରୋଧି ଅଭିଯାନ । କୋରାପୁଟ ଜିଲାର ଜୟପୁର, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ ରେ ମହିଳା ମାନେ ଅକ ତ୍ରିତ ହୋଇ ଲାଠି ବାଡି ଧରି ମଦ ବେଫାରିଙ୍କୁ କରୁଛନ୍ତି ତାଗିଦ । ମଦ ବନ୍ଦ କରିବା ପାଇଁ ପୋଲିସ ଥାନା, ଅବକାରି ଥାନା, ଏସଡିପିଓ ଅଫିସ, ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଦାବି କରୁଛନ୍ତି । ମଦ ବନ୍ଦ ନକଲେ ରାଜ ରାସ୍ତା କୁ ଓହ୍ଲାଇବାକୁ ଡେଉଛନ୍ତି ଚେତାବନି । ଉଜୁଡ଼ିଯିବା ପରେ ଆଖିରେ ଆଉ ନିଦ ନାହିଁ ହାତରେ ବାଡି ଠେଙ୍ଗା ଧରି ଚେତିଛନ୍ତି ମହିଳାମାନେ । ମଦ ବିରୋଧରେ ଭିଡ଼ିଛନ୍ତି ଅଂଟା। ଆରମ୍ଭ ହୋଇଛି ଗୋଟିଏ ସ୍ୱର, ଗୋଟିଏ ନିଃଶ୍ୱାସର ଲଢ଼େଇ। ହାତରେ ଠେଙ୍ଗାବାଡ଼ି । ରାତି ପାହିଲେ ଥାନା,ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । କେବଳ ସ୍ୱରରେ ସୀମିତ ରହିନି ଆନ୍ଦୋଳନ । ଉଗ୍ର ରୂପ ଧାରଣ କରିଛନ୍ତି ମହିଳା ମାନେ । ଦିନରାତି ଗାଁ ଗାଁରେ ଚାଲିଛି କଡ଼ା ପହରା । ମଦ ପାଉଚ୍ କିମ୍ବା ବୋତଲ ମିଳିଲେ ସେଠାରେ ହିଁ ନଷ୍ଟ କରୁଛନ୍ତି । କାମଧନ୍ଦା ଛାଡ଼ି ଜୀବନଜୀବିକାକୁ ବାଜି ଲଗାଇ ଦେଇଛନ୍ତି ମହିଳାମାନେ । ଏମିତିକି ପ୍ରଳୟଙ୍କରୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ବି ପଛରେ ପକାଇ ଦେଇଛନ୍ତି । ରାତି ପାହିଲେ ଠେଙ୍ଗାବାଡ଼ି ଧରି ଗାଁରୁ ବ୍ଲକ ଓ ଜିଲ୍ଲା ସଦରମହକୁମାକୁ ଧାଉଁଛନ୍ତି । ସ୍ୱତଃପ୍ରବୃତ ଭାବେ ନିଜ ଅଂଟିରୁ ଟଙ୍କାକାଢ଼ି ଗାଡ଼ି ଭଡ଼ା କରି ପହଂଚି ଯାଉଛନ୍ତି ଆନ୍ଦୋଳନସ୍ଥଳରେ । ମଦ ବିରୋଧରେ ମହିଳାଙ୍କ ଏଭଳି ଆନ୍ଦୋଳନ ପ୍ରଥମ କରି ଦେଖିବାକୁ ମିଳିଛି ଜିଲ୍ଲାରେ । ମହିଳା ଙ୍କ ଗୋଟିଏ ଡକରା ଗୋଟିଏ ଶପଥ ଜିଲ୍ଲା ମଦମୁକ୍ତ, ନିଶାମୁକ୍ତ ହେବ । ନହେବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ । ଗତ ୧୬ ତାରିଖରେ ଜୟପୁର ନିବାଚନ ମଣ୍ଡଳିରେ ସମ୍ପୁଣ୍ଣ ମଦ ବନ୍ଦ ଦାବି ହୋଇଛି । ଏନେଇ ହଜାର ହଜାର ମହିଳା ସାମିଲ ହୋଇ ମଦ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି । ଏନେଇ ଜୟପୁର ରାଜା ନହର ଠାରୁ ହଜାର ହଜାର ମହିଳା ଏହି ଅଭିଯାନ ରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ମୁଖ୍ୟ ରାସ୍ତା ଦେଇ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟ ରେ ପହଂଚିଥିଲା ।ଏନେଇ ରାଜ୍ୟପାଳଙ୍କ ଉଦ୍ଦେଷ୍ୟ ରେ ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଜୟପୁର ବ୍ଲକ କଂଗ୍ରେସର ଆହ୍ୱାନରେ ବିଧାୟକ ତାରା ପ୍ରସାଦ ବାହିନିପତି ଙ୍କ ନେତ୍ୱରେ ସମ୍ପୁଣ୍ଣ ମଦ ମୁକ୍ତ ଅଭିଯାନ ଆରମ୍ବ ହୋଇଛି । ଏହି ଅଭିଯାନରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରି ମିନାକ୍ଷା ବାହିନିପତି ଯୋଗ ଦେଇ ମଦ ମୁକ୍ତ ଅଭିଯାନ କୁ ଜୋରଜାର କରିବାକୁ ପରାମର୍ଶ ଦେଇଥିଲେ । ଜୟପୁର ନିବାଚନ ମଣ୍ଡଳିରେ ସମ୍ପୁଣ୍ଣ ମଦ ବନ୍ଦ ଦାବିରେ ସେଠାରେ ହଜାର ହଜାର ମହିଳା ଙ୍କ ସହ ବିଧାୟକ ବାହିନିପତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି ପ୍ରମୁଖ ବସିଥିଲେ ।
ମଦ ମୁକ୍ତ ଅଭିଯାନ ରେ ପାହାଡିଆ ମାଟିରେ ଗୋଟିଏ ଡାକ ନିଶାମୁକ୍ତ କୋରାପୁଟ ଜିଲା ଆକର ହକ , ନାରୀ ଏକତା ଜାନ୍ଦାବାଦ, ଦେଶୀ ମଦ ହେଉ କି ବାହାରି ମଦ, ବିଦେଶୀ ମଦ ହେଇକି ଚୋରା ମଦ, କୋରାପୁଟ ଜିଲାରେ ମଦ ବନ୍ଦ ହେଉ, ମାଆର ମମତା, ଭଉଣୀର ସମ୍ମାନ ମଦମୁକ୍ତ ସମାଜ ଆମର ଅଭିଯାନ, ମଦ କାରବାର ହଟେଇ ଦିଅ ଆମ ଗାଁ ଓ ସହରକୁ ବଂଚଇ ଦିଅ, ମଦରେ ଭାଙ୍ଗୁଛି ଘର ସଂସାର ମଦ ବନ୍ଦ କର ହେ ଓଡିଶା ସରକାର, ମଦ ଲାଗି ଜୀବନ ।ଏ ମଦକୁ କର ବାଏ ବାଏ ବୋଲି ମହିଳା ମାନେ ସ୍ଲୋଗାନ ଦେଇ ଆଗକୁ ଆସିଛନ୍ତି ହଜାର ହଜାର ମହିଳା । ମଧ୍ୟ ପାନ ଯୋଗୁଁ ଅନେକ ପରିବାର ଆର୍ôଥକ ଅନଟନ ପାରିବାରିକ ଆଶାନ୍ତି, ଘରୋଇ ହିଂସା ଓ ସ୍ୱାସ୍ଥ୍ୟଗତ ସମସ୍ୟା, ଦେଖା ଦେଉଛି । ଏହାର ସବୁ ଠାରୁ ଅଧିକ କୁ ପ୍ରଭାବ ମହିଳା, ଶିଶୁ ଓ ଅସହାୟ ପରିବାର ସଦସ୍ୟଙ୍କ ଉପରେ ପଡୁଛି । ଯୁବ ପିଢି ମଧ୍ୟ ନିଶାର କୁପ୍ରଭାବରେ ପ୍ରଭାବତି ହୋଇ ନିଜ ଭବିଷ୍ୟତ ଓ ଜୀବନର ମୁଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଏହି ପରିସ୍ଥିତି ରେ ମଦମୁକ୍ତ ଜୟପୁର ନିବାଚନ ମଣ୍ଡଳି ଗଠନ କରିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ ଓ ସମୟର ଆହ୍ୱାନ । ଜୟପୁର ବିଧାନସଭା ନିବାଚନ ମଣ୍ଡଳିକୁ ସମ୍ପୁଣ୍ଣ ମଦମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱଷ୍ଟ ନୀତି ଓ ସମୟସୀମା ଭିତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉ, ନିବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ସରକାରୀ ଓ ଘରୋଇ ଦେଶୀ ଏବଂ ବିଦେଶୀ ମଦ ଦୋକାନ ଗୁଡିକୁ ବନ୍ଦ କରିବା ପାଇଁ ଆବଶ୍ୟକୀୟ ଆଇନଗତ ଓ ପ୍ରଶାସନିକ ପଦ କ୍ଷେପ ଗ୍ରହଣ କରାଯାଉ, ଗ୍ରାମାଂଚଳରେ ବିକ୍ରୟ ହେଉଥିବା ବିହାରୀ ମଦ ନାମରେ ପରିଚିତ ମଦ ସମେତ, ସମସ୍ତ ପ୍ରକାରର ଚୋରା ଓ ବେଆଇନ ମଦର ଉତ୍ପାଦନ ପରିବହନ, ଗଛିତକରଣ ଓ ବିକ୍ରୟ ଉପରେ ସମ୍ପୁଣ୍ଣ ରୋକ ଲଗାଯାଉ, ଅବୈଧ ମଦ କାରବାର ସମ୍ପୃକ୍ତ ବ୍ୟକ୍ତି ଓ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର ଆଇନଗତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପତ୍ୟେକ ବ୍ଲକ ପଂଚାୟତ ଗ୍ରାମ ସ୍ତରରେ ମଦ ବିରୋଧୀ ଜନ ଜାଗରଣ କାଯ୍ୟକ୍ରମ ଆୟୋଜନ କରିବା ଆଦି ଦାବି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି