
ଗଂଜାମ, 19 ନଭେମ୍ବର (ହି.ସ.) ସୂର୍ଯ୍ୟ ଚନ୍ଦ୍ର ଘିଅ କମ୍ପାନୀର ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ ଵଡଵଜାର ଥାନା ଦେଶୀ ବେହେରା ଷ୍ଟ୍ରିଟରେ ଚଢ଼ାଉ କରି ପୁଲିସ ନକଲି ଓ ଅସ୍ୱାସ୍ଥ୍ୟକର ଘିଅ ବିକ୍ରି ରାକେଟ୍ ଧରିଛି। ବିନା ଫୁଡ୍ ଲାଇସେନ୍ସ ଓ ଟ୍ରେଡ୍ମାର୍କ ଅନୁମତିରେ ସୂର୍ଯ୍ୟ ଚନ୍ଦ୍ର ଘିଅ ନାଁରେ ନକଲି ଘିଅ ବିକ୍ରି ହେଉଥିଲା। ଶିବା ଷ୍ଟୋରରୁ 25 ଲିଟର, ଓମ୍ ଟ୍ରେଡର୍ସରୁ 15 ଲିଟର, ମୋଟ 40 ଲିଟର ନକଲି ଘିଅ ଜବତ ହୋଇଛି । ଏହି ଘଟଣାରେ ଶିବା ଷ୍ଟୋର ମାଲିକ ଶିବ ଶଙ୍କର ପାତ୍ର (40), ପଣ୍ଡରା ସାହି ଓମ୍ ଟ୍ରେଡର୍ସ ମାଲିକ କେ. ବେଣୁଗୋପାଳ ଶୁଭୁଦ୍ଧି (54), ଲକ୍ଷ୍ମୀ ବିହାର. ଯୋଗାଣକାରୀ ଅନିଲ ବେହେରା, ନିମାଖଣ୍ଡି ଗିରଫ ହୋଇଛନ୍ତି। ଭୂତ ସାହିର ମୁଖ୍ୟ ନିର୍ମାତା ଇ. କୋଟେଶ୍ୱର ଫେରାର ଅଛି । ତାଙ୍କୁ ଧରିବା ପାଇଁ ତଦନ୍ତ ଜାରି। ତିନି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ