

କନ୍ଧମାଳ, ୧୯ ନଭେମ୍ବର(ହି.ସ.) – ଆକ୍ଭାନ୍ ବାତ୍ୟାର ମୁକାବିଲା ନିମନ୍ତେ କନ୍ଧମାଳ ଜିଲ୍ଲାରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟସ୍ତରୀୟ ତଦାରଖ ଅଧିକାରୀ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ। ଏହି ଗସ୍ତ ସମୟରେ ତାଙ୍କ ସହ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଏବଂ ପ୍ରଶିକ୍ଷଣରତ ଆଇଏଏସ୍ ଅଧିକାରୀ ଶ୍ରୀ ଯଶକରନ ସିଂ ଉପସ୍ଥିତ ଥିଲେ। ସେମାନେ ଜି. ଉଦୟଗିରି, ରାଇକିଆ ଓ ଦାରିଙ୍ଗବାଡ଼ି ବ୍ଲକ୍ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସୁବିଧାସୁଯୋଗର ସ୍ଥିତି ଯାଂଚ କରିଥିଲେ। ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉପଲବ୍ଧତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ଲକ୍ଗୁଡ଼ିକର ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ